www.samajalive.in
Sunday, December 7, 2025
18.1 C
Bhubaneswar

ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଙ୍କୀ: ବାଙ୍କୀ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟାଳୟର ପଦାଧିକାରୀ, ବୁଦ୍ଧିଜିବୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଅଂଶୁଘାତ ପରିଚାଳନା ପାଇଁ ଆବଶ୍ୟକ କାର୍ଯ୍ୟଧାରା ସମ୍ପର୍କରେ ମତ ରଖିଥିଲେ। ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁ ଅବସରରେ ଅଂଶୁଘାତର ମୁକାବିଲା ନିମନ୍ତେ ବାଙ୍କୀ ବିଡିଓ, ଡମପଡା ବିଡିଓ, ବାଙ୍କୀ ଏନଏସି କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ବିଭାଗ ଏବଂ ବିଭିନ୍ନ କାର୍ଯ୍ୟାଳୟର ପଦାଧିକାରୀମାନେ ଏଥିପାଇଁ ସ୍ୱତନ୍ତ୍ର ସଜାଗ ରହିବା ସହିତ ପ୍ରସ୍ତୁତ ଥିବା କଣ୍ଟ୍ରୋଲ ରୁମ୍‍ ସହିତ ଯୋଗା ଯୋଗ ରଖିବେ। ପାନୀୟଜଳ ଅଭାବ ଅଞ୍ଚଳରେ ପାନୀୟଜଳ ଯୋଗାଣ ବିଭାଗ ଗ୍ରାମାଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହିତ ବାଙ୍କୀ ଏନଏସି ଅଞ୍ଚଳରେ ମଧ୍ୟ ସମାନ ପରିମାଣରେ ଦୃଷ୍ଟି ଦେବାପାଇଁ ଉପଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପଖଣ୍ଡ ଚିକିତ୍ସାଳୟ, ଡମପଡା ଗୋଷ୍ଠୀ ଚିକିତ୍ସାଳୟ ଏବଂ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୀତତାପ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଦିନ ୧୧ଟାରୁ ୩ଘଟିକା ପର୍ଯ୍ୟନ୍ତ ମଜୁରୀ କାମ ବନ୍ଦ ରହିବ, ଯାତାୟତ କରୁଥିବା ଯାତ୍ରୀବାହୀ ବସ୍‍ ଗୁଡିକରେ ପାନୀୟଜଳ ବ୍ୟବସ୍ଥା, ଓଆରଏସ ଏବଂ ପ୍ରାଥମିକ ଚିକିତ୍ସା ସହାୟତାର ବ୍ୟବସ୍ଥା ଗାଡି ମାଲିକମାନେ ପ୍ରଦାନ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ମୋଟର ମାଲିକ ସଂଘକୁ ପରାମର୍ଶ ଦିଆଯାଇଛି। ସେହିପରି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ନଳକୂଅ ନିକଟରେ ଚୁଆ ଖୋଳିବା, ପଥଚାରୀମାନଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ ଆବଶ୍ୟକ ଜଳଛତ୍ର ଖୋଲିବା, ସମସ୍ତ ବିଭାଗରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିବା ସମ୍ପର୍କରେ ଆଲୋଚନା କରାଯାଇଛି। ଅଂଶୁଘାତରେ ମୃତାହତ ଶୂନ ପାଇଁ ଦୃଷ୍ଟି ଦିଆଯିବ। କୌଣସି ପରିସ୍ଥିତିରେ ଅଂଶୁଘାତ ପ୍ରଭାବରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ତୁରନ୍ତ ତହସିଲଦାରଙ୍କୁ ଜଣାଇବା ଏବଂ ତହସିଲଦାର ଓ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ଯୁଗ୍ମ ତଦନ୍ତ ବିବରଣୀ ଉପଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆଲୋଚନା କରାଯାଇଛି। ଏହି ବୈଠକରେ ଡମପଡା ତହସିଲଦାର କ୍ଷୀତିସ ବେହେରା, ବାଙ୍କୀ ଏନଏସି ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ, ଡାକ୍ତର ପଦ୍ମ ଲୋଚନ ପଣ୍ଡା, ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକ୍ଷିକା ପୁଷ୍ପଲତା ମହାପାତ୍ର, ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ଦେବେନ୍ଦ୍ର ଖଟୁଆ, ସୀତାକାନ୍ତ ରାଉତ ପ୍ରମୁଖ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories