www.samajalive.in
Sunday, December 7, 2025
18.1 C
Bhubaneswar

ଶବଗୃହ ନିକଟରେ ପହଞ୍ଚି ତାନ୍ତ୍ରିକ କହିଲେ- ମୃତଦେହ ଆଣ, ମୁଁ ଜୀବିତ କରିଦେବି…

ଦମୋହ: ମଧ୍ୟପ୍ରଦେଶର ଦମୋହ ଜିଲା ଚିକିତ୍ସାଳୟରେ ଜଣେ ତାନ୍ତ୍ରିକଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି। ସହରର ପଲିଟେକ୍ନିକ୍ କଲେଜର ସୋନୁ ଆଦିବାସୀ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ଜିଲା ଚିକିତ୍ସାଳୟର ଶବଗୃହରେ ରଖା ଯାଇଥିଲା। ପ୍ରଥମେ ପରିବାର ଲୋକେ ମୃତଦେହକୁ ସେଠାରେ ରଖି ଚାଲି ଯାଇଥିଲେ, କିନ୍ତୁ କିଛି ସମୟ ପରେ ଜଣେ ବାବା ସହ ପୁଣି ସେଠାକୁ ଆସିଥିଲେ ଓ ମୃତଦେହକୁ ବାହାରକୁ ଆଣିବାକୁ ଜିଦ୍‌ ଧରିଥିଲେ। ପରିବାର ଲୋକଙ୍କ ସହ ଜଣେ ତାନ୍ତ୍ରିକ ବାବା ଥିଲେ, ଯିଏକି ନିଜକୁ ଖୁବ୍‌ ଶକ୍ତିଶାଳୀ ବୋଲି କହିଥିଲେ ଓ ଦାବି କରିଥିଲେ ଯେ ଯଦି କିଛି ମିିନିଟ୍‌ ଭିତରେ ମୃତଦେହକୁ ବାହାରକୁ ଅଣାଯାଇ ପାରିବ ତାହେଲେ ସେ ତାଙ୍କୁ ଜୀବିତ କରିଦେବେ।

ମୃତକଙ୍କ ପରିବାର ସଦସ୍ୟ ସେହି ବାବାଙ୍କ କଥାରେ ଏତେ ବିଶ୍ୱାସ କରୁଥିଲେ ଯେ, ସେ ବ୍ୟସ୍ତ ହୋଇ ମୃତଦେହକୁ ବାହାରକୁ ଆଣିବା ପାଇଁ ପୁଲିସ ଏବଂ ଡାକ୍ତରଖାନା କର୍ମଚାରୀଙ୍କୁ ନିବେଦନ କରିଥିଲେ। କେହି ତାଙ୍କ କଥା ନ ଶୁଣିବାରୁ ତାନ୍ତ୍ରିକ ଜଣକ ରାଗି ଯାଇ ଶବଗୃହର କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସେହି ବାବାଙ୍କ କାର୍ଣ୍ଣାମା ଦେଖିଥିଲେ।

- Advertisement -

କିଛି ସମୟ ପରେ ପରିବାର ଲୋକଙ୍କ ଦାବିରେ ଶବଗୃହର ଦ୍ବାର ଖୋଲା ଯାଇଥିଲା ଓ ସେଠାରେ ମୃତକଙ୍କ ଭଉଣୀ ମୃତଦେହକୁ ଦେଖିଥିଲେ। ସେ ଚାହୁଁଥିଲେ ଯେ ମୃତଦେହକୁ ବାହାରକୁ ଅଣାଯାଉ, ଯଦ୍ବାରା ବାବା ତାଙ୍କୁ ଜୀବିତ କରିଦେବେ। ବାହାରେ ଠିଆ ହୋଇଥିବା ବାବା ଦୀର୍ଘ ସମୟ ଧରି ସେଠାରେ ନାଟକ କରିଥିଲେ। ଶେଷରେ କିଛି ହୋଇ ନଥିଲା ଓ ପୁଲିସ ଶବଗୃହକୁ ବନ୍ଦ କରି ପରିବାର ଲୋକଙ୍କୁ ଘରକୁ ପଠାଇ ଦେଇଥିଲା। ଏହାପରେ ତାନ୍ତ୍ରିକ ମଧ୍ୟ ସେଠାରୁ ଚୁପ୍‌ଚାପ୍‌ ଚାଲି ଯାଇଥିଲା।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories