www.samajalive.in
Saturday, December 13, 2025
27.1 C
Bhubaneswar

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ବିଜେପି ନେତା

ପିପିଲି: ପିପିଲି ଏନ୍‍ଏସିର ପୂର୍ବତନ ବିଜେପି ମଣ୍ଡଳ ସଭାପତି ଦେବାଶିଷ ଦିକ୍ଷିତ ଆଜି ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‍ଏସି)ର ଅଧ୍ୟକ୍ଷ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସେ ନିଜର କର୍ମୀ ଓ ସମର୍ଥକଙ୍କ ସହ ମଢିଆଳି ସାହି ସ୍ଥିତ ମା’ ପୋଢେଇଶୁଣୀଙ୍କ ମନ୍ଦିରଠାରୁ ପଦଯାତ୍ରାରେ ବାହାରି ଏନ୍‍ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ସହିତ ଅସନ୍ତୁଷ୍ଟ ବିଜେପିର ୩ଜଣ ମହିଳାନେତ୍ରୀ ମଧ୍ୟ କାଉନସିଲର ଆସନ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ। ନାମାଙ୍କନ ଦାଖଲ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନ୍‍ଏସି ମଣ୍ଡଳ ସଭାପତି ପ୍ରଦୀପ ବାରିକ, ପୂର୍ବତନ ସାଧାରଣ ସଂପାଦକ ଭବାନୀ ଶଙ୍କର ସାହୁ, ସୁରେଶ ମହାରଣା, ଯୁବନେତା ସଦାଶିବ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ପୌର ଅଧ୍ୟକ୍ଷ ଆସନ ନିମନ୍ତେ ଆଜି କେବଳ ଶ୍ରୀଦିକ୍ଷିତ ନାମାଙ୍କନ କରିଥିବା ବେଳେ କାଉନସିଲର ଆସନ ପାଇଁ କଂଗ୍ରେସରୁ ୨ଜଣଙ୍କୁ ମିଶାଇ ମୋଟ୍‍ ୧୦ଜଣ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ଆସନ୍ତା କାଲି ଉଭୟ ବିଜେଡି ଓ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସମେତ ବିଭିନ୍ନ ଦଳର କାଉନ୍‍ସିଲର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories