www.samajalive.in
Thursday, December 11, 2025
23.1 C
Bhubaneswar

ସମାଜର ଗତିପଥ ବଦଳାଇ ଦେଇପାରେ ଚିନ୍ତାନାୟକଙ୍କ ସୃଜନଶୀଳତା

ନୟାଗଡ଼: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି। ଜୁମ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟ ପ୍ରମୁଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ୟ୍ୟାଳୟଠାରେ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି। ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ସମ୍ବାଦ ‘କଥା’ର ସମ୍ପାଦକ ଡ. ଗୌରହରୀ ଦାସ ଯୋଗ ଦେଇ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ଯୁବ ସମୟ ଉପରେ ଆଲୋକପାତ କରିବା ସହ ଯୁବ ବୟସରେ ବହୁ କାର୍ୟ୍ୟ କରାଯାଇପାରେ ବୋଲି ଉଦାହରଣ ଛଳରେ କହିଥିଲେ । ସୁବିଧା, ସୁଯୋଗ, ପ୍ରାଚ୍ୟୁର୍ଯ୍ୟ ସାରସ୍ୱତ ଜୀବନ ଉପରେ ପ୍ରଭାବ ପକାଇ ପାରେ ନାହିଁ ବୋଲି କହିଥିଲେ । ‘ଯୌବନ’ର ସଂକଳକ ତଥା ସମ୍ପାଦକ ଡ. ସାହୁ ଅନେକ କିଛି ହାସଲ କରିବାର ସମସ୍ତ ସମ୍ଭାବନା ଯୌବନରେ ରହିଛି ବୋଲି କହିଥିଲେ । ସକରାତ୍ମକ ଦିଗରେ କାମ କଲେ ନକରାତ୍ମକ ଦିଗ ମଧ୍ୟ ସାଥିରେ ଚାଲିଥାଏ ବୋଲି କହିଥିଲେ। ଜୀବନ ସହ ମୃତ୍ୟୁ ତାଳ ଦେଇ ଚାଲିଛି, ଯୌବନରେ ସୃଜନଶୀଳତା ଭରପୂର ହୋଇରହିଛି। ଜଣେ ଚିନ୍ତାନାୟକଙ୍କ ସୃଜନଶୀଳତା ସମାଜର ଗତିପଥ ବଦଳାଇ ଦେଇପାରେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ।

 

- Advertisement -

ଏଥିସହିତ ଲେଖକ, ପାଠକ, ପ୍ରକାଶକ ସାମ୍ମୁଖ୍ୟ ଦ୍ୱାରା ଆଗାମୀ ଦିନରେ ବହୁ କାର୍ୟ୍ୟ କରିବାର ଯୋଜନା ରହିଥିବା ମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ କଥାକାର ଡ. ଅରବିନ୍ଦ ରାୟ ଏବଂ ହିରଣ୍ମୟୀ ମିଶ୍ର ପୁସ୍ତକ ସମୀକ୍ଷା କରିବା ସହ ପୁସ୍ତକରେ ସ୍ଥାନ ପାଇଥିବା ୨୨ ଜଣ ତରୁଣ କଥାକାରଙ୍କ ଗଳ୍ପ ବିଷୟରେ ଆଲୋଚନା କରିଥିଲେ। ସମାଜର ବିଭିନ୍ନ କାର୍ୟ୍ୟରେ ରହିଥିବା ଏହି କଥାକାର ମାନଙ୍କ ଭିନ୍ନ ଭିନ୍ନ ଚିନ୍ତାଧାରାକୁ ନେଇ ରଚିତ ଗଳ୍ପକୁ ମନ୍ତ୍ରୀ ଏକାଠି କରି ଓଡ଼ିଆ ସାହିତ୍ୟ ପ୍ରତି ଏକ ବଳିଷ୍ଠ କାର୍ୟ୍ୟ ସମାପନ କରିଛନ୍ତି ବୋଲି ସମୀକ୍ଷା ଅବସରରେ କୁହାଯାଇଛି। ପକ୍ଷୀଘର ପ୍ରକାଶନର ମୁଖ୍ୟ ତଥା ସମ୍ପାଦକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସଂଯୋଜନା କରିଥିଲେ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories