www.samajalive.in
Tuesday, December 9, 2025
26.1 C
Bhubaneswar

କମଳିନୀ ସରାଫ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥିନୀ

ଟିଟିଲାଗଡ଼: ଟିଟିଲାଗଡ଼ ପୌରାଧ୍ୟକ୍ଷ ଆସନ ପାଇଁ ପ୍ରଥମେ କଂଗ୍ରେସ ଦଳ ରବିବାର ପ୍ରାର୍ଥୀ ଘୋଷଣା କରିଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆସନରୁ ଦଳ ପୂର୍ବତନ କାଉନସିଲର କୃଷ୍ଣଚନ୍ଦ୍ର ସରାଫଙ୍କ ପତ୍ନୀ କମଳିନୀ ସରାଫଙ୍କୁ ଟିକେଟ ପ୍ରଦାନ କରିଛି। ଏନେଇ ଆଜି ସ୍ଥାନୀୟ ଜଳାରାମ ଲଜ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ କର୍ମୀ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ସୂଚନା ଦେଇଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଟିଟିଲାଗଡ଼ ପୌର ପରିଷଦରେ ଚାଲିଥିବା ବ୍ୟାପକ ଦୁର୍ନୀତିର ପର୍ଦାଫାଶ କରାଯିବ, ଟିଟିଲାଗଡ଼ରେ ବର୍ଷ ବର୍ଷ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ବିଦ୍ୟୁତ କାଟ ଆଦିର ସ୍ଥାୟୀ ପ୍ରତିକାର କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂଭୋଇ କହିଛନ୍ତି । ତୁଷୁରା ଏନଏସି ପାଇଁ ପୂର୍ବତନ ବିଜେପି ନଗର ସଭାପତି ଅମରେଶ ପ୍ରସାଦ କେଡ଼ିଆଙ୍କୁ ଦଳ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ଟିକଟ ଦେଇଥିବା ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥିନୀ କମଳିନୀ ସରାଫଙ୍କ ସମେତ ବରିଷ୍ଠ ନେତା ରାଜୁ ମିଶ୍ର, ପିସିସି ସାଧାରଣ ସମ୍ପାଦକ ମୁକେଶ ଜୈନ, ଜିଲା ଉପସଭାପତି କ୍ଷୀର ସାଗର ବର୍ମା, ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ, ଜୟସିଂ ତାଣ୍ଡି, ଅରୁଣ ମିଶ୍ର, ଲିଙ୍ଗରାଜ ସୁନା, ଶିବା ଛତ୍ରିଆ, କମଳ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories