www.samajalive.in
Saturday, December 6, 2025
26.1 C
Bhubaneswar

ହାସନ୍‍, ରସିଦ୍‍ ଓ ଅସଗରଙ୍କ ୧୫% ମ୍ୟାଚ୍‍ ଫି କଟିଲା

ଆବୁଧାବି : ୟୁଏଇରେ ଚାଲିଥିବା ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଆଇସିସି ଶୃଙ୍ଖଳାଗତ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ପାକିସ୍ତାନର ହାସନ୍‍ ଅଲ୍ଲୀ, ଆଫଗାନିସ୍ତାନର ରସିଦ୍‍ ଖାନ୍‍ ଏବଂ ଅସଗର ଆଫଗାନ୍‍ଙ୍କ ୧୫% ମ୍ୟାଚ୍‍ ଫି କଟାଯାଇଛି।
ଗତ ଶୁକ୍ରବାର ସୁପର-୪ ପର୍ଯ୍ୟାୟର ଏକ ମ୍ୟାଚ୍‍ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‍ରେ ହାସନ୍‍, ରସିଦ୍‍ ଓ ଅସଗର ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଯୋଗୁଁ ଆଇସିସି ସେମାନଙ୍କ ମ୍ୟାଚ୍‍ ଫି କାଟି ଦେଇଛି। ଏଥିସହ ସେମାନଙ୍କୁ ଗୋଟିଏ ଲେଖାଏଁ ଡିମେରିଟ୍‍ (ନାସ୍ତିବାଚକ) ପଏଣ୍ଟ ମଧ୍ୟ ମିଳିଛି। ହାସନ୍‍ ଓ ଅସଗର ଆଇସିସି ଶୃଙ୍ଖଳାଗତ ନିୟମର ଧାରା ୨.୧.୧ ଭଙ୍ଗ କରିଥିବା ବେଳେ ରସିଦ୍‍ ଧାରା ୨.୧.୭ ଭଙ୍ଗ କରିଥିବା ଜଣାପଡ଼ିଛି। ଆଫଗାନିସ୍ତାନ ଦଳ ବ୍ୟାଟିଂ କରୁଥିବା ବେଳେ ୩୩ ଓଭରରେ ହାସନ୍‍ ଆଫଗାନିସ୍ତାନ ବ୍ୟାଟସମ୍ୟାନ୍‍ ହସମତୁଲ୍ଲା ସାହିଦିଙ୍କ ଆଡକୁ ବଲ୍‍ ଥ୍ରୋ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପକ୍ଷରେ ଅସଗର ନିଜ କାନ୍ଧରେ ହାସନଙ୍କୁ ଧକ୍କା ଦେଇଥିôବା ଦେଖିବାକୁ ମିଳିଥିଲା। ସେହିପରି ୪୭ ଓଭରରେ ରସିଦ୍‍ ଖାନ୍‍ ପାକିସ୍ତାନର ଆସିଫ୍‍ ଅଲ୍ଲିଙ୍କୁ ଆଉଟ୍‍ କରିବା ପରେ ଆପତ୍ତିମୂଳକ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ୩ କ୍ରିକେଟର୍‍ ମ୍ୟାଚ୍‍ ରେଫରି ଆଣ୍ଡି ପାଏକ୍ରଫ୍ଟଙ୍କ ନିକଟରେ ନିଜ ଦୋଷ ସ୍ୱୀକାର କରିବା ପରେ ସେମାନଙ୍କ ମ୍ୟାଚ୍‍ ଫି’ କାଟିବାକୁ ନିର୍ଦେଶ ଦିଆଯାଇଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories