www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରକ ଚକା ତଳେ ଚାପି ହୋଇ ବାଇକ ଚାଳକ ଗୁରୁତର

ପିପିଲି : ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ-ବଳଙ୍ଗା ରାସ୍ତାର ଆଠବାଟିଆ-ନୂଆସାହି ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଶନିବାର ଅପରାହ୍ନରେ ଏକ ପଥର ବୋଝେଇ ଟ୍ରକ ସମ୍ମୁଖରୁ ଆସୁଥିବା ଏକ ବାଇକକୁ ଧକ୍କା ଦେବା ସହ ଟ୍ରକଟି ବାଇକ ଚାଳକଙ୍କ ଉପରେ ଚଢିଯାଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ମୂତାବକ, ବଳଙ୍ଗା ବଜାରରେ ମୋବାଇଲ ଦୋକାନ କରିଥିବା ପାର୍ବତୀପୁର ଗ୍ରାମର ଦେବାଶିଷ ଦାଶ ଓରଫ ପାପିନା(୨୮) ଶନିବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ବଳଙ୍ଗା ବଜାରରୁ ସାତଶଙ୍ଖ ବଜାର ଅଭିମୁଖେ ବାଇକରେ ଯାଉଥିବା ବେଳେ ଆଠବାଟିଆ-ନୂଆସାହି ଛକ ନିକଟ ସରସ୍ୱତୀପୁର କୃଷକ ସମବାୟ ସମିତି ସମ୍ମୁଖରେ ଦୁର୍ଘଟଣାର ଶିକାର ହୋଇଥିଲେ। ସମ୍ମୁଖରୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ୍‍ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଦେବାଶିଷ ତଳେ ପଡିଯାଇଥିବା ବେଳେ ତାଙ୍କ ଜଙ୍ଘ ଉପରେ ଟ୍ରକର ଚକା ମାଡି ଯାଇଥିଲା ଓ ଟ୍ରକ୍‍ଟି ତାଙ୍କୁ ପ୍ରାୟ ୩୦ଫୁଟ ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ସେ ଟ୍ରକ୍‍ ଚକା ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଉକ୍ତ ଟ୍ରକ୍‍ରୁ ପଥରକୁ ଖାଲି କରିବା ପରେ ଦମକଳବାହିନୀ ଓ ପୁଲିସ ସହାୟତାରେ ଦୀର୍ଘ ଏକ ଘଣ୍ଟାକାଳ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ ଗୁରୁତର ଅବସ୍ଥାରେ ଟ୍ରକ୍‍ ଚକା ତଳୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସେଠାରେ ଏକ ହମ୍ପସ ନିର୍ମାଣ ଦାବିରେ ଲୋକେ ଘଟଣାସ୍ଥଳରେ ସାତଶଙ୍ଖ-ବଳଙ୍ଗା ମୁଖ୍ୟରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ପିପିଲି ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପିପିଲି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories