www.samajalive.in
Saturday, December 6, 2025
16.1 C
Bhubaneswar

କଳାହାଣ୍ଡି ଜିଲ୍ଳାପାଳଙ୍କ ଜୟପାଟଣା ଅଞ୍ଚଳ ଗସ୍ତ

ମୁଖିଗୁଡ଼ା : ଶନିବାର କଳାହାଣ୍ଡି ଜିଲ୍ଳାପାଳ ଜୟପାଟଣା ଅଞ୍ଚଳ ଗସ୍ତ କରି ଆବାସ ଯୋଜନା ତଦାରଖ କରିବା ସହ ଇନ୍ଦ୍ରାବତୀ ପାୱାର ହାଉସ୍‍, ମୁଖିଗୁଡ଼ା ଏବଂ ଜୟପାଟଣା ଡ଼ାକ୍ତରଖାନା ପରିଦର୍ଶନ କରିଛନ୍ତି।
ପ୍ରଥମେ ଜିଲ୍ଳାପାଳ ଡ଼ା. ଜାଭାଲି ପରାଗ ହର୍ସଦ ଜୟପାଟଣା ବ୍ଳକ୍‍ କାର୍ଯ୍ୟାଳୟକୁ ଆସି ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପ୍ରତାପପୁର ଗ୍ରାମକୁ ଯାଇଥିଲେ। ସେଠାରେ କିଛି ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଥିଲେ ମଧ୍ୟ କାର୍ଯ୍ୟାରମ୍ଭ କରିନଥିବାରୁ ଜିଲ୍ଳାପାଳ ବିରକ୍ତି ପ୍ରକାଶ କରିବା ସହ ନିଜ ଉପସ୍ଥିତିରେ କାର୍ଯ୍ୟାରମ୍ଭ କରିବା ପାଇଁ ଲେଆଉଟ୍‍ ଦେଇଥିଲେ। ପରେ ମୁଖିଗୁଡ଼ା ଯାଇ ଇନ୍ଦ୍ରାବତୀ ପାୱାର ହାଉସ୍‍ ଦେଖିବା ସହ ମୁଖିଗୁଡ଼ା ଡ଼ାକ୍ତରଖାନା ପରିଦର୍ଶନରେ କରି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ପରେ ତାଲଗୁଡ଼ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଖିବା ସହ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ମୁଖିଗୁଡ଼ା-ଜୟପାଟଣା ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହୋଇ ଯାତାୟତରେ ବାଧା ସୃଷ୍ଟି ହେଉଥିବାରୁ ଜିଲ୍ଳାପାଳ ପ୍ରତିକ୍ରିୟା ପ୍ରକାଶ କରିବା ସହ ଓଏଚ୍‍ପିସି କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ସନ୍ଧ୍ୟାରେ ଜୟପାଟଣା ଡ଼ାକ୍ତରଖାନାକୁ ଆସି ଔଷଧ ବଣ୍ଟନ ବ୍ୟବସ୍ଥା ଦେଖିଥିଲେ। ଔଷଧ ଦିଆଯାଉଥିବା ପ୍ରକୋଷ୍ଠରେ କମ୍ପ୍ୟୁଟର ଅନ୍‍ଲାଇନ୍‍ ବ୍ୟବସ୍ଥା ନଥିବାରୁ ଜିଲ୍ଳାପାଳଙ୍କ ଉପସ୍ଥିତିରେ କମ୍ପ୍ୟୁଟର ଲଗାଯାଇ ଅନ୍‍ଲାଇନ୍‍ ବ୍ୟବସ୍ଥା କରାଯାଇଥିଲା। ଜୟପାଟଣା ଡ଼ାକ୍ତରଖାନାରେ ଥିବା ଡ଼ିଜିଟାଲ ଏକ୍ସ-ରେ ମେସିନ୍‍କୁ ଲାଇନ ବ୍ୟବସ୍ଥା ନଥିବାରୁ ଏକ୍ସରେ ମେସିନ୍‍ କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ତୁରନ୍ତ କାର୍ଯ୍ୟକ୍ଷମ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଜନ ସାଧାରଣଙ୍କୁ ପ୍ରତିସୃତି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories