www.samajalive.in
Sunday, December 7, 2025
23.1 C
Bhubaneswar

୧୦୨ ଜଣ ବିଦ୍ୟାର୍ଥୀ ଦେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୨ ଜଣ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ଏଥିରେ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ପାଇଁ ୯୭ ଜଣ ବିଦ୍ୟାର୍ଥୀ ଆବେଦନ କରିଥିବା ବେଳେ ୯୬ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଜଣେ ମାତ୍ର ବିଦ୍ୟାର୍ଥୀ ଅନୁପସ୍ଥିତ ରହିଥିଲେ। ସେହିପରି ସପ୍ତମ ଶ୍ରେଣୀରେ ୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରି ୬ ଜଣ ପରୀକ୍ଷା ଦେଇଥିଲେ। ଷଷ୍ଠ ଶ୍ରେଣୀରେ ୮୦ଟି ଓ ସପ୍ତମ ଶ୍ରେଣୀରେ ୩ ଟି ସ୍ଥାନ ପାଇଁ ଛାତ୍ରଛାତ୍ରୀ ଆବଶ୍ୟକ ଥିବା ବେଳେ ଷଷ୍ଠରେ ୯୬ଜଣ ଓ ସପ୍ତମରେ ୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସରିତା ରାଣୀ ସାହୁ ସୁପରିଟେଣ୍ଡର ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଡେପୁଟି ସୁପରିଟେଣ୍ଡର ରଞ୍ଜନ କୁମାର ସାହୁ ରହିଥିଲେ। ବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଲକ୍ଷ୍ମୀ ଭୂପତି, ପ୍ରହଲ୍ଲାଦ ମହାଙ୍କୁଡା, ପ୍ରିୟରଞ୍ଜନ ଭାରତୀ, ସରିତା କର, ଅଶୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିଥିଲେ। ଏହି ପରୀକ୍ଷା କେନ୍ଦ୍ରକୁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ପରିଦର୍ଶନ କରିଥିଲେ। କୋଭିଡ଼ ନିୟମ ଅନୁଯାୟୀ ସମସ୍ତ ଛାତ୍ର ଛାତ୍ରୀ ମୁହଁରେ ତୁଣ୍ଡି ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ଦେଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories