www.samajalive.in
Saturday, December 13, 2025
21.1 C
Bhubaneswar

ପକେଟରେ ମୋବାଇଲ ରଖୁଛନ୍ତି କି ? ସାବଧାନ

ମୋବାଇଲ ଫୋନ ବର୍ତ୍ତମାନ ସମସ୍ତଙ୍କ ଜୀବନର ଏକ ଅଙ୍ଗ ହୋଇଯାଇଛି। ସମସ୍ତେ ପ୍ରାୟ ମୋବାଇଲକୁ ନିଜ ପାଖରେ ରଖିବାକୁ ପସନ୍ଦ କରିଥାନ୍ତି। ପ୍ରାୟତଃ ଅଧିକାଂଶ ପୁରୁଷମାନେ ନିଜ ପକେଟରେ ମୋବାଇଲ ରଖିଥାନ୍ତି। ଏହା ଏକ ଅଭ୍ୟାସ ରୂପେ ମଧ୍ୟ ପରିଣତ ହୋଇଯାଇଛି।
ପକେଟରେ ମୋବାଇଲ ରଖିବା ଦ୍ୱାରା ତାହା ସୁରକ୍ଷିତ ରହିଥାଏ। କିନ୍ତୁ ଏହା ଆମ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆମେ ଯେତେବେଳେ ମୋବାଇଲ ପକେଟରେ ରଖିଥାଉ ସେଥିରୁ ନିର୍ଗତ ହେଉଥିବା ରେଡିଏସନ୍‍ ଆମ ଶରୀରରେ ୭ଗୁଣା ଅଧିକ ହୋଇଯାଏ।ମୋବାଇଲରୁ ନିର୍ଗତ ହେଉଥିବା ରେଡିଏସନ୍‍ ଯୋଗୁଁ ଟ୍ୟୁମର ହୋଇଥାଏ। ଏହାସହ ଆମ ହୃଦୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ, ଯାହାଦ୍ୱାରା ହୃଦଘାତ ହେବାର ସମ୍ଭାବନା ଅଧିକ ହୋଇଥାଏ।
ମୋବାଇଲକୁ ପ୍ୟାଣ୍ଟ ପକେଟରେ ରଖିବା ଦ୍ୱାରା ତାହା ଆମ ଶରୀରର ହାଡ ଉପରେ ପ୍ରଭାବ ପକାଇଥାଏ। ପ୍ୟାଣ୍ଟର ପଛ ପକେଟରେ ମୋବାଇଲ ରଖିବା ଦ୍ୱାରା ଅଣ୍ଟା ଦରଜ ପରି ସମସ୍ୟା ସୃଷ୍ଟି ହୋଇଥାଏ।ସୁସ୍ଥ ରହିବାକୁ ଚାହୁଁଥିଲେ ମୋବାଇଲ ଫୋନର ବ୍ୟବହାର କମ୍‍ କରନ୍ତୁ। ଶୋଇବା ପୂର୍ବରୁ ମୋବାଇଲ ଫୋନକୁ ଅଳ୍ପ ଦୂରରେ ରଖନ୍ତୁ। ଶୋଇବା ସମୟରେ ବାରମ୍ବାର ଫୋନ ଦେଖିବା ଦ୍ୱାରା ନିଦ ଉପରେ ଖରାପ ପ୍ରଭାବ ପଡିଥାଏ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories