www.samajalive.in
Sunday, December 7, 2025
18.1 C
Bhubaneswar

ଅଣ୍ଡା ମସଲା ଚଟପଟି

ଆବଶ୍ୟକ ସାମଗ୍ରୀ
ସିଝା ଅଣ୍ଡା – ୫ଟି
କଞ୍ଚା ଲଙ୍କା – ୪ଟି
ଲବଙ୍ଗ – ୫ଟି
ଜିରା – ୧ ଚାମଚ ରୁ ସାମାନ୍ୟ କମ
ଡ଼ାଲଚିନି – ଅଳ୍ପ
ଗୋଲମରିଚ – ଅଳ୍ପ
ଅଦା ରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଗୁଜୁରାତି – ୪ଟି
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ବେସନ – ସାମାନ୍ୟ
ଚିକେନ ମସଲା – ୧ ଚାମଚ
କଟା ରସୁଣ – ୪ରୁ ୫ଟି
କଟା ଅଦା – ଅଳ୍ପ
କଟା ପିଆଜ – ୪ଟି
କଟା ଟମାଟୋ – ୩ଟି
ତେଲ – ଆବଶ୍ୟକ ପରିମାଣରେ
କଟା କାଜୁ – ୭ଟି
ବାଦାମ – ୧୦ ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପାଣି ଗରମ କରି ଅଣ୍ଡା ସିଝାଇ ଦିଅନ୍ତୁ। ଅଣ୍ଡା ସିଝିବା ପରେ ଏହାର ଚୋପା ଛଡ଼ାଇ ଦେଇ ଛୁରୀ ଦ୍ୱାରା ସାମାନ୍ୟ କାଟନ୍ତୁ ମାତ୍ର ସମ୍ପୂର୍ଣ୍ଣ ଦୁଇଫାଳ କରନ୍ତୁ ନାହିଁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଅଣ୍ଡାକୁ ଏଥିରେ ଭଲ ଭାବେ ଭାଜି ଏକ ପାତ୍ରକୁ କାଢନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପୁଣି ଗରମ କରନ୍ତୁ। ଏହାପରେ ଏଥିରେ ଜିରା, ଲବଙ୍ଗ, ଗୋଲମରିଚ, ଗୁଜୁରାତି, ଡ଼ାଲଚିନି ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ପିଆଜ, ଅଦା, ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଲୁଣ ପକାଇ ଗୋଳାନ୍ତୁ। କିଛି ସମୟ ପରେ କାଜୁ , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା ପକାଇ ସାମାନ୍ୟ ପାଣି ଦେଇ ଫୁଟାନ୍ତୁ। କିଛି ସମୟ ପରେ ପେଷା ଟମାଟୋ ପକାଇ ୨ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଭାଜି ରଖିଥିବା ଅଣ୍ଡାକୁ , ଗରମ ମସଲା , କଟା ଧନିଆ ପତ୍ର ପକାଇ ପୁଣି କିଛି ସମୟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ମସଲା ଚଟପଟି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories