ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ
କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କରୋନା ଯୋଗୁଁ ବନ୍ଦ ଥିବା ସ୍କୁଲଗୁଡ଼ିକ ଖୋଲିବା ଅବସରରେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ଉଦ୍ୟମରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହଦେବ ମାଝୀ ମୁଖ୍ୟଅତିଥି ଓ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସର୍ବ ପ୍ରଥମେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସାନିଟାଇଜର ଦେଇ ହାତ ସଫା କରାଯାଇଥିଲା। ତାପରେ ଥର୍ମାଲ ସ୍କାନର ଓ ଅକ୍ସିମିଟର ମାଧ୍ୟମରେ ଦେହର ତାପମାତ୍ରା ଏବଂ ଅମ୍ଳଜାନ ସ୍ତର ମପା ଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ମାସ୍କ ବଣ୍ଟନ ପରେ ଜଣ ଜଣକୁ ସିନ୍ଦୂର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱ।ଗତ କରାଯାଇଥିଲା। ଏହାପରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିଲା। ବିଜ୍ଞାନର ଉପକାରିତା ଓ ଅପକାରିତା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରିଶେଷରେ ଶିକ୍ଷକ କିଶୋର ବରିହା ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ମିଷ୍ଟାନ୍ନ ବଣ୍ଟନ କରିଥିଲେ।
Comments are closed.