www.samajalive.in
Sunday, December 14, 2025
16.1 C
Bhubaneswar

ଆଜି ରୁଷ-ୟୁକ୍ରେନ୍ ମଧ୍ୟରେ ବୈଠକ, ଯୁଦ୍ଧର ହୋଇପାରେ ସମାପ୍ତି

କିଭ୍‍: ଲାଗି ରହିଛି ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଲଢ଼େଇ । ଏହାରି ଭିତରେ ବେଲାରୁଷରେ ପହଞ୍ଚିଛନ୍ତି ୟୁକ୍ରେନର ପ୍ରତିନିଧି ମଣ୍ଡଳ । ଏନେଇ ରୁଷର ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି । ଆଜି ରୁଷ ଓ ୟୁକ୍ରେନ୍‍ ମଧ୍ୟରେ ଅପରାହ୍ଣ ୩.୩୦ରେ ବୈଠକ ହେବ । ଏହି ବୈଠକରେ ଯୁଦ୍ଧକୁ ନେଇ କିଛି ଆଲୋଚନା ହୋଇପାରେ । ୟୁକ୍ରେନ ପୂର୍ବରୁ ବେଲାରୁଷରେ ଆଲୋଚନା କରିବାକୁ ମନା କରିଦେଇଥିଲା। ହେଲେ ବର୍ତ୍ତମାନ ଆଲୋଚନା କରିବାକୁ ରାଜି ହୋଇଛି । ଏହି ବୈଠକ ହେବାକୁ ନେଇ ସୋସିଆଲ ମିଡିଆରେ ରୁଷ ଏବଂ ୟୁକ୍ରେନ ପତାକା ସହିତ ଏକ ଲମ୍ବା ଟେବୁଲ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ରୁଷ ଓ ୟୁକ୍ରେନ୍‍ ମଧ୍ୟରେ ଆଲୋଚନା ପାଇଁ ଏହି ସ୍ଥାନ ପ୍ରସ୍ତୁତ କରାଯାଇଛି । ଗତ ସପ୍ତାହରେ ରୁଷ ୟୁକ୍ରେନ୍‍ ଉପରେ ଆକ୍ରମଣ କରିଥିଲା । ଆଜିକୁ ୫ ଦିନ ହେଲା ଏହି ଯୁଦ୍ଧ ଚାଲିଆସୁଛି । ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇଆଣିବାକୁ ବିଭିନ୍ନ ଦେଶ ମଧ୍ୟ ଅପିଲ କରିଛନ୍ତି । ଆଜିର ଏହି ବୈଠକ ଉପରେ ସମସ୍ତ ଦେଶଙ୍କ ନଜର ରହିଛି । ବୈଠକ ପରେ ଯୁଦ୍ଧ ବନ୍ଦ ହୋଇପାରେ ବୋଲି ଅନୁମାନ କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories