www.samajalive.in
Tuesday, December 9, 2025
17.1 C
Bhubaneswar

ମାଲକାନଗିରିରେ ୭୦୦ରୁ ଊର୍ଦ୍ଧ୍ବ ପରିବାର ଜଳବନ୍ଦୀ

ମାଲକାନଗିରି :  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବା ପରେ ଏହାର ପ୍ରଭାବ ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରି ଓ କୋରାପୁଟ ଜିଲା ଉପରେ ପଡ଼ିଛି। କୋରାପୁଟ ଜିଲାର କୋଲାବ ଜଳଭଣ୍ଡାରର ୨ଟି ଗେଟ୍‍ ଖୋଲାଯାଇଥିବାବେଳେ ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ୭ଟି ଗେଟ୍‍ ଖୋଲାଯାଇଛି। ସେହିପରି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଜଳଭଣ୍ଡାରର ୪ଟି ଗେଟ୍‍
ଖୋଲାଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ପରିସ୍ଥିତି ଶୋଚନୀୟ ହୋଇପଡିଛି। ଜିଲାର ବିଭିନ୍ନ ସ୍ଥାନରେ ୭୦୦ରୁ ଊର୍ଦ୍ଧ୍ବ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ପୋଟେରୁ ଗ୍ରାମ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଗାଁଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଓଡ୍ରାଫ୍‍ ଟିମ୍‍ ସହାୟତାରେ କିଛି ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜିଲା ସଦର ମହକୁମାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳ ପ୍ରବେଶ କରିଛି। ଜିଲାରେ ମୋଟ ୧୧୬୬.୦୨ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କୋରୁକୋଣ୍ଡାରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୨୦ବର୍ଷ ମଧ୍ୟରେ ଏଭଳି ବର୍ଷା ହୋଇ ନଥିବା ଜିଲା ଜରୁରୀକାଳନୀ ବିଭାଗ ସୂତ୍ରରୁ ଜଣାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି। ଆରଆଇ, ରାଜସ୍ୱ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ରନ୍ଧା ଖାଦ୍ୟ ଯୋଗାଉଛନ୍ତି। ୭ଟି ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଦିଆଯାଉଛି। କୋରାପୁଟରୁ ଓଡ୍ରାଫ ଟିମ୍‍କୁ ଡକାଯାଇଛି। ସେମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୭ଦିନ ପର୍ଯ୍ୟନ୍ତ ଏଭଳି ଖାଦ୍ୟ ପ୍ରଦାନ କରାଯିବ। ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟିମ୍‍ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବା ପରେ ସରକାରୀ ନିୟମ ପ୍ରକାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଲମତାପୁଟ ବ୍ଲକରେ ୧୨୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ମୁଖ୍ୟ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଲାପୁଟ ଜଳ ଭଣ୍ଡାରର କ୍ଷମତା ୨୭୫୦ ମିଲିଅନ ଘନଫୁଟ ଥିବା ବେଳେ ବର୍ଷା ଯୋଗୁଁ ଏହା ୨୭୪୮ ମିଲିଅନ ଘନପୁଟରେ ପହଞ୍ଚିବାରୁ ଜଳ ଛଡା ଯାଇଥିଲା। ବିଭାଗୀୟ ଅଧିକାରୀ ଜଲାପୁଟ ଜଳ ଭଣ୍ଡାରରୁ ଚାରୋଟି ଗେଟ ଖୋଲିଥିବା ବେଳେ ପ୍ରତି ସେକେଣ୍ଡରେ ୫ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି। ସେହିପରି ମାଛକୁଣ୍ଡ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉ ଥିବାରୁ ତିନୋଟି ଗେଟ ଖୋଲାଯାଇ ସେକେଣ୍ଡ ପ୍ରତି ୫ହଜାର କ୍ୟୁସେକ ଜଳ ନିଷ୍କାସିତ କରାଯାଉଥିବା ଜଣାଯାଇଛି। ସେହିପରି କୋଲାବ ଜଳଭଣ୍ଡାରରେ ୨ଟି ଗେଟ୍‍ ଖୋଲାଯାଇଛି। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧୫୭୦ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳ ୪୩୧.୪୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଜଣାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories