www.samajalive.in
Monday, December 15, 2025
27.1 C
Bhubaneswar

ଜନତାଙ୍କ ସହ ମତଦାନରେ ସାମିଲ ହେଲେ ନେତା

ସଇଁନ୍ତଲା/ବେଲଗାଁ: ଗଣତନ୍ତ୍ରର ମହାନ ପର୍ବ ପଞ୍ଚାୟତ ନିର୍ବାଚନରେ ସଇଁନ୍ତଲା ଗ୍ରାମରେ ପୂର୍ବତନ ବଲାଙ୍ଗିର ସାଂସଦ ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ତାଙ୍କ ସହ ସୁରେନ୍ଦ୍ରଙ୍କ ପତ୍ନୀ ମୋନିକା ସିଂଭୋଇ, ପୁତ୍ର ସିମରନ, ଶୋଭେନ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ନିଜ ମତ ସାବ୍ୟସ୍ତ କରିଥିଲେ। ଦୀର୍ଘ ତିନି ଅବଧି ଧରି ସଇଁନ୍ତଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ରହିଥିବା ସୁରେନ୍ଦ୍ରଙ୍କ ପତ୍ନୀ ଚଳିତ ଥର ପୁଣି ଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ସଇଁନ୍ତଲା ପଞ୍ଚାୟତ ସମିତି ସଭ୍ୟ ଆସନରେ ପ୍ରାର୍ଥିନୀ ହୋଇଛନ୍ତି। ଏଥର ମଧ୍ୟ ସଇଁନ୍ତଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ପାଇଁ ସେ ମୁଖ୍ୟ ଦାବିଦାର ରହିଛନ୍ତି।

 

- Advertisement -

ଅନ୍ୟପକ୍ଷରେ ସୁରେନ୍ଦ୍ରଙ୍କ ପୁଅ ସିମରନ ପ୍ରଥମ ଥର ନିର୍ବାଚନୀ ମଇଦାନକୁ ଓହ୍ଲାଇ ଡେଙ୍ଗ ପଞ୍ଚାୟତ ସମିତି ସଭ୍ୟ ଭାବରେ ଲଢୁଛନ୍ତି। ସେହିପରି ୫ ଅବଧି ଧରି ବିଧାୟକ ତଥା ରାଜ୍ୟ ସରକାରରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ବେଲଗାଁରେ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପତ୍ନୀ ଶୋଭାଗିନୀ ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟା ତଥା ବୋହୂ ଶାନ୍ତା, କନିଷ୍ଠ ପୁତ୍ର ରାଜ୍ୟ ବିଜେଡି ପରିଷଦ ସଦସ୍ୟ ନିହାର, ଝିଅ ଅଞ୍ଜଳିଙ୍କ ସହ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ଭୋଟ କେନ୍ଦ୍ରକୁ ଆସିଥିଲେ। ଯୋଗେନ୍ଦ୍ରଙ୍କ ଜ୍ୟେଷ୍ଠ ପୁତ୍ର ଚଳିତ ଥର ବେଲଗାଁ ଆସନରୁ ସରପଞ୍ଚ ପ୍ରାର୍ଥୀ ପ୍ରଥମ ଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ପୁରୁଖା ନେତା ଭୋଟଦାନ କରିବା ସାଧାରଣ ଜନତାଙ୍କୁ ନିଜ ଭୋଟ ଅଧିକାର ସାବ୍ୟସ୍ତ କରିବା ନେଇ ପ୍ରୋତ୍ସାହନ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories