www.samajalive.in
Sunday, December 7, 2025
16.1 C
Bhubaneswar

ବଢ଼ୁଛି ଯୁଦ୍ଧ ଆଶଙ୍କା, ୟୁକ୍ରେନକୁ ସେନା ପଠାଇଲା ଋଷ

ନୂଆଦିଲ୍ଲୀ: ବଢ଼ୁଛି ଯୁଦ୍ଧ ଆଶଙ୍କା, ୟୁକ୍ରେନକୁ ସେନା ପଠାଇଲା ଋଷ । ୟୁକ୍ରେନ ଓ ଋଷ ମଧ୍ୟରେ ଧୀରେ ଧୀରେ ତିକ୍ତତା ବଢ଼ିବାରେ ଲାଗିଛି । ଏହି ସମୟ​‌ରେ ୟୁକ୍ରେନର ଦୁଇଟି ଅଞ୍ଚଳ ତଥା ଡୋନେସ୍କ ଓ ଲୁଗନସ୍କକୁ ସ୍ବତନ୍ତ୍ରତା ଦେଶ ପୁତିନ ଘୋଷଣା କରିଛନ୍ତି । ତାହା ସହ ପୁତିନ ଏହି ଦୁଇ ଅଞ୍ଚଳକୁ ସେନା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶ ଯୋଗୁ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ଆମେରିକା ମଧ୍ୟ ତାର ପକ୍ଷ ରଖିଛି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରଶାସନ ଘୋଷଣା କରିଛନ୍ତି କି ଏହାର ଜବାବ ଦିଆଯିବ ।

ୟୁକ୍ରେନର ରାଷ୍ଟ୍ରପତି ଏନେଇ ମଧ୍ୟ ତାଙ୍କର ବିବୃତି ରଖିଛନ୍ତି ।  ସେ କହିଛନ୍ତି ୟୁକ୍ରେନ କାହାକୁ ଭୟକରେ ନାହିଁ । ଆମେ ଆମ ସ୍ଥାନ କାହାକୁ ଦେବାକୁ ଚାହୁଁନାହୁଁ । ଆମେ ଆମ ସ୍ଥାନରେ ଠିକ୍‌ ଅଛୁ । ଆମେ କାହା ନିକଟରେ ଋଣୀ ନୁ​‌ହେଁ । ଆମର ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ ରହିଛି । ଋଷର ଏହି ପଦକ୍ଷେପ ୟୁକ୍ରେନର ଜାତୀୟ ଅଖଣ୍ଡତା ଉଲ୍ଲଂଘନ କରୁଛି । ଋଷର ଆକ୍ରମଣର ସଙ୍କେତ ମଧ୍ୟରେ ସେ ଏହି ବିବୃତ୍ତି ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories