www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତ ବିପକ୍ଷ ଟି୨୦ ଶୃଙ୍ଖଳା : ଶ୍ରୀଲଙ୍କାର ନେତୃତ୍ବ ନେବେ ଶନକ

କଲମ୍ବୋ : ଘରୋଇ ଭାରତ ବିପକ୍ଷରେ ଶ୍ରୀଲଙ୍କା ଦଳ ଆସନ୍ତା ୨୪ରୁ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ପାଇଁ ସୋମବାର ୧୮ ଜଣିଆ ଦଳ ଘୋଷଣା କରିଛି କ୍ରିକେଟ୍‌ ଶ୍ରୀଲଙ୍କା। ଅଭିଜ୍ଞ ଅଲ୍‌ରାଉଣ୍ଡର ଦାସୁନ୍ ଶନକ ଶ୍ରୀଲଙ୍କାର ନେତୃତ୍ବ ବଜାୟ ରଖିଛନ୍ତି। ନିକଟରେ ଶନକଙ୍କ ନେତୃତ୍ବରେ ଘରୋଇ ଅଷ୍ଟ୍ରେଲିଆଠାରୁ ୧-୪ରେ ଦିନିକିଆ ଶୃଙ୍ଖଳା ହାରିଥିଲା ଶ୍ରୀଲଙ୍କା। ଅଷ୍ଟ୍ରେଲିଆ ଗସ୍ତରେ ଦଳରେ ଥିବା ୩ ଖେଳାଳି- ବ୍ୟାଟ୍‌ସମ୍ୟାନ୍ ଅଭିକ୍ଷା ଫର୍ଣ୍ଣାଣ୍ଡୋ, ପେସ୍ ବୋଲର ନୁୱାନ୍ ତୁଷାର ଓ ସ୍ପିନର ରମେଶ ମେଣ୍ଡିସ୍ ଆହତ ଥିବାରୁ ଭାରତ ଗସ୍ତରୁ ବାଦ୍‌ ପଡ଼ିଛନ୍ତି। ଆହତ ଥିବାରୁ ବ୍ୟାଟ୍‌ସମ୍ୟାନ ଭାନୁକା ରାଜପକ୍ଷଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଅଫ୍‌ସ୍ପିନର ଆସିଆନ୍ ଡାନିଏଲ୍‌ ଏକମାତ୍ର ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଶ୍ରୀଲଙ୍କା ଓପ୍‌ନର ପାଥୁମ୍ ନିଶଙ୍କ ସର୍ବାଧିକ ୧୮୪ ରନ୍‌ ଏବଂ ଅଧିନାୟକ ଦାସୁନ ଶନକ ୧୧୬ ରନ୍‌ କରିଥିଲେ। ପେସ୍ ବୋଲର ଦୁଷ୍ମନ୍ତ ଚମିରା ୭ଟି ୱିକେଟ ନେଇଥିବା ବେଳେ ଦୁଇ ସ୍ପିନର ମାହିଶ ତୀକ୍ଷଣ ଓ ୱାନିନ୍ଦୁ ହସରଙ୍ଗା ୫ଟି ଲେଖାଏଁ ୱିକେଟ ନେଇଥିଲେ। ଗତ ଆଇପିଏଲ୍‌ ନିଲାମରେ ହସରଙ୍ଗାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୧୦.୭୫ କୋଟି ଟଙ୍କାରେ କିଣିଥିବା ବେଳେ ତୀକ୍ଷଣଙ୍କୁ ଚେନ୍ନଇ ସୁପର କିଙ୍ଗ୍‌ସ ୭୦ ଲକ୍ଷ ଟଙ୍କାରେ କିଣିଛି। ୨୪ରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି୨୦ ଲକ୍ଷ୍ନୌରେ ଏବଂ ୨୬ ଓ ୨୭ରେ ୨ୟ ଓ ୩ୟ ଟ୍ବେଣ୍ଟି୨୦ ଧର୍ମଶାଳାରେ ​ଖେଳାଯିବ।
ଶ୍ରୀଲଙ୍କା ଟ୍ବେଣ୍ଟି୨୦ ଦଳ: ଦାସୁନ୍ ଶନକ (ଅଧିନାୟକ), ପାଥୁମ୍ ନିଶଙ୍କ, କୁଶଳ ମେଣ୍ଡିସ୍‌, ଦିନେଶ ଚାନ୍ଦିମାଲ, ଚରିତ ଆସାଲଙ୍କା (ଉପଅଧିନାୟକ), ଦନୁଷ୍କା ଗୁଣତିଳକ, କାମିଲ ମିଶାରା, ଜାନିଥ୍‌ ଲିୟାନାଗେ, ୱାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମିରା, ଲାହିରୁ କୁମାର, ବିନୁରା ଫର୍ଣ୍ଣାଣ୍ଡୋ, ସିରାନ୍ ଫର୍ଣ୍ଣାଣ୍ଡୋ, ମାହିସ ତୀକ୍ଷଣ, ଜେଫ୍ରି ଭାଣ୍ଡର୍‌ସେ, ପ୍ରବୀଣ ଜୟବିକ୍ରମ ଓ ଆସିଆନ୍ ଡାନିଏଲ୍‌।

Hot this week

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

Related Articles

Popular Categories