www.samajalive.in
Saturday, December 6, 2025
14.1 C
Bhubaneswar

ବିିବାହ ବେଳେ ନାବାଳିକାଙ୍କୁ ଦୁଷ୍କର୍ମ, ଡିଜେ ଶବ୍ଦରେ ଶୁଭିଲାନି ପୀଡ଼ିତାଙ୍କ ସ୍ୱର

ଛତିଶଗଡ଼: ବିବାହ ଉତ୍ସବ ଚାଲୁଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଜୟପୁରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ କିଛି ଯୁବକ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ । ଉଠାଇ ନେବା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ୫ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ, ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ତିନି ଜଣ ଏବେ ବି ଫେରାର ରହିଛନ୍ତି ।

ମିିଳିଥିବା ସୂଚନା ଅନୁସାରେ ବିବାହ କାର୍ଯ୍ୟକ୍ରମ ପାଇଁ ଡିଜେ ବାଜୁଥିଲା । ସେହି ସମୟରେ ଅଭିଯୁକ୍ତ ମାନେ ନାବାଳିକାଙ୍କୁ ଉଠାଇ ନେଇଥିଲେ । ନାବାଳିକା ଜଣକ ଖୁବ୍‍ ଜୋରରେ ମଧ୍ୟ ଚିତ୍କାର କରିଥିଲେ । ହେଲେ ଡିଜେର ଶବ୍ଦରେ ତାଙ୍କର ଚିତ୍କାର ଶୁଭିନଥିଲା । ପରେ ଅଭିଯୁକ୍ତ ମାନେ ନାବାଳିକାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣକଙ୍କ ଶରୀରରେ ଗଭୀର କ୍ଷତ ଲାଗିଛି ।

- Advertisement -

ଗତ ୧୭ ତାରିଖ ରାତି ୯ଟା ୩୦ ବେଳେ ଏହି ଘଟଣା ଘଟିଛି । ନାବାଳିକା ଜଣକ ନିଜ ସାଙ୍ଗ ଘରକୁ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ପରିବାର ଲୋକ ଏନେଇ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories