www.samajalive.in
Saturday, December 6, 2025
15.1 C
Bhubaneswar

ୟୁକ୍ରେନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି, ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରିଆସିବାକୁ ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନରେ ଲାଗିରହିଛି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ୟୁକ୍ରେନ୍ ଓ ଋଷର ସମର୍ଥିତ ବିଦ୍ରୋହୀ ବାହିନୀ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରୁଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଭାରତୀୟ ଛାତ୍ର ଓ ଦୂତାବାସ କର୍ମଚାରୀଙ୍କ ପରିବାରକୁ ଭାରତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । କୁହାଯାଇଛି କି ୟୁକ୍ରେନରେ ଏପରି ପରିସ୍ଥିତିରେ ରହିବା ଠିକ୍ ନୁହେଁ । ତେଣୁ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ୍ ଛାଡ଼ି ସ୍ବଦେଶ ଫେରିଆସିବାକୁ କୁହାଯାଇଛି । ସୂଚନା ମୁତାବକ ୟୁକ୍ରେନରେ ଭାରତର ୧୮ଶହ ନାଗରିକ ରହିଛନ୍ତି । ସାମରିକ ତିକ୍ତତାକୁ ନଜରରେ ରଖି ସେମାନଙ୍କୁ ଭାରତ ଫେରିଆସିବାକୁ କୁହାଯାଇଛି । ଅନ୍ୟପଟେ ୟୁକ୍ରେନରେ ବିମାନ ସେବାରେ ମଧ୍ୟ କିଛି ଅସୁବିଧା ଦେଖା ଦେଉଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories