www.samajalive.in
Saturday, December 6, 2025
16.1 C
Bhubaneswar

ମୃତ୍ୟୁ ପରେ ଅଙ୍ଗଦାନ କରି ବଞ୍ଚାଇ ପାରିବେ ଜୀବନ

ଭୁବନେଶ୍ୱର : ଆଜି ଭୁବନେଶ୍ୱରର ବାପୁଜୀନଗର ସ୍ଥିତ ଚୌଦୁରୀ ମାର୍କେଟ କମ୍ପେକ୍ସ ଆବାହକ ରାଜ୍ୟ କାର୍ଯ୍ୟାଳୟରେ ଓଡିଶା ମୋ ପରିବାର ତରଫରୁ ଅଙ୍ଗଦାନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ସମାଜର ଏକ ଅଂଶ ଭାବରେ ଓଡିଶା ମୋ ପରିବାର ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ତଥା ଓଡିଶାର ଜନନାୟକ ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସାରା ରାଜ୍ୟରେ ‘ଅଙ୍ଗଦାନ ଦାନ’ ଶିବିର ପାଇଁ ନାମ ପଞ୍ଜୀକରଣ କରିବାକୁ ସ୍ଥିର କରାଯାଇଛି। ଏଥିରେ ଇଚ୍ଛୁକ ବ୍ୟକ୍ତିମାନେ ‘ଅଙ୍ଗ ଦାନ’ ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶ ଗ୍ରହଣ କରି ନାମ ପଞ୍ଜୀକରଣ କରିପାରିବେ।
ସମାଜର ମଙ୍ଗଳ ନିମନ୍ତେ ଓଡିଶା ମୋ ପରିବାର ଏପରି ନିଷ୍ପତ୍ତି ନେଇଛି। ଲୋକମାନେ ନିଜର ମୃତ୍ୟୁ ପରେ ଅଙ୍ଗଦାନ କଲେ ଅନେକ ଲୋକଙ୍କର ଜୀବନ ବଞ୍ଚାଯାଇ ପାରିବ।
ଏଥିରେ ଓଡିଶା ମୋ ପରିବାରର ଆବାହକଙ୍କ ସମେତ , ଓଡିଶା ମୋ ପରିବାରର ମୁଖ୍ୟ ଅରୁପ ପଟ୍ଟନାୟକ, ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଓ ‘ବଡି ଆଣ୍ଡ ଅର୍ଗାନ୍‍ ଡୋନେସନ୍‍ ସୋସାଇଟୀ ଅଫ ଇଣ୍ଡିଆ’ର ସଭାପତି ଶ୍ରୀପ୍ରଭାସ ଆଚାର୍ଯ୍ୟ,ଯୁଗ୍ମ ସମ୍ପାଦକ (ଓଡିଶା ମୋ ପରିବାର) ଶ୍ରୀ ସମୀର ପ୍ରଧାନ ଓ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ,ସ୍ୱାସ୍ଥ୍ୟ ଉପଦେଷ୍ଟା (ଓଡିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ, କଟକ ସହର ଜୀବନବିନ୍ଦୁ ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ୱାଳ, ପୂର୍ବତନ କର୍ପୋରେଟର ଶ୍ରୀ ନରେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସମଗ୍ର ବିଶ୍ୱରେ ବିପନ୍ନ ଓଡିଆଙ୍କୁ ସହାୟତା, ଅସହାୟ ରୋଗୀଙ୍କୁ ଉପଯୁକ୍ତ ସମୟରେ ରକ୍ତ ଯୋଗାଇବା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡିକରେ ରକ୍ତ ଯୋଗାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡିକରେ ହେଲ୍ପଡେସ୍କମାନ ସ୍ଥାପନ କରି ରୋଗୀଙ୍କୁ ଚିିକିତ୍ସାରେ ସାହାଯ୍ୟ କରିବା ଭଳି ଅନେକ ସମାଜସେବା ସମାଜ ସେବା କାର୍ଯ୍ୟ ଓଡିଶା ମୋ ପରିବାର ନିରନ୍ତର କରି ଆସୁଛି।
ଏହି ଅଭିଯାନରେ ନିଜକୁ ସାମିଲ କରି ଅନ୍ୟକ ନୂଆ ଜୀବନ ଦେବା ଉଦ୍ଦେଶ୍ୟରେ ଓଡିଶା ମୋ ପରିବାର ସହିତ ଯୋଡି ହେବା ପାଇଁ (୮୯୧୭୪୦୦୭୦୦/୮୯୧୭୪୦୦୭୦୧ ନମ୍ବରରେ ଯୋଗାଯୋଗ କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories