www.samajalive.in
Friday, December 12, 2025
26.1 C
Bhubaneswar

ମତଦାନ କେନ୍ଦ୍ର ପରିବର୍ତ୍ତନରେ ଅସନ୍ତୁଷ୍ଟ ଦୁର୍ଗମ କେଲୁଆବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

କଲମପୁର: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ନାକରୁଣ୍ଡି ଗ୍ରାମ ପଞ୍ଚାୟତ ଅଧିନ ଦୁର୍ଗମ ଗ୍ରାମ ଭାବେ ପରିଚିତ କେଲୁଆ ଗାଁ।ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ନିଜ ଗ୍ରାମରୁ ମତଦାନ କେନ୍ଦ୍ର ପରିବର୍ତ୍ତନ ହୋଇଥିବା ଯୋଗୁଁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ବିଗତ ତ୍ରିସ୍ତରୀୟ ନିର୍ବାଚନ ସମୟରେ ନିଜ ଗାଁରେ ମତଦାନ କେନ୍ଦ୍ର ହେଉଥିବା ବେଳେ ସାଧାରଣ ନିର୍ବାଚନ ସମୟରେ ଅନ୍ୟତ୍ର ହେଉଥିଲା। ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ୬ କିଲୋମିଟର ଦୂର ପାହାଡ ତଳ ଟୁରିଭେଜିଗୁଡାକୁ ମତଦାନ କେନ୍ଦ୍ର ପରିବର୍ତ୍ତନ କରାଯାଇଛି।

ଗ୍ରାମର ଚତୁଃପାଶ୍ୱର୍ରେ ଖଣିଜ ସମ୍ପଦପୂର୍ଣ୍ଣ ବଡବଡ ସୁଉଚ୍ଚ ଜଙ୍ଗଲିଆ ପାହାଡ। ଏହି ଗାଁକୁ ଗମନାଗମନ ପାଇଁ ବିପଦ ସଙ୍କୁଳ ପାଦଚଲା ପାହାଡିଆ ରାସ୍ତା ହିଁ ଭରସା। ଏପରି ସ୍ଥଳେ ପରିବର୍ତ୍ତିତ ଟୁରିଭେଜିଗୁଡାର ମତଦାନ କେନ୍ଦ୍ରକୁ କିଭଳି ଅସହାୟ ବୃଦ୍ଧ ବୃଦ୍ଧା, ମହିଳା ତଥା ଭିନ୍ନକ୍ଷମ ଭୋଟର୍ ମତଦାନ ପାଇଁ ଯିବେ ଏହାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଯଦି ମତଦାନ କେନ୍ଦ୍ର ନିଜ ଗାଁରେ ନହୁଏ ତେବେ ଭୋଟ ବର୍ଜନ କରାଯିବ ବୋଲି ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଭକାନ୍ତ ନାୟକଙ୍କୁ ଗ୍ରାମବାସୀଙ୍କ ଦସ୍ତଖତ ଥିବା ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏହି ଗ୍ରାମର ୧୬୩ ଭୋଟର୍ ନିଜ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେବେ।ପ୍ରଶାସନ ଏଥିପ୍ରତି ପୁନଃ ବିଚାର କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories