www.samajalive.in
Friday, December 12, 2025
27.1 C
Bhubaneswar

ନଳିନୀପ୍ରଭା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର କ୍ଲବ

ଆଠଗଡ଼: ଆଠଗଡ଼ର ଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ମୁଖ୍ୟ କ୍ରୀଡାଙ୍ଗନରେ ଚାଲିଥିବା ୩ୟ ନଳିନୀପ୍ରଭା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆୟୋଜକ ଷ୍ଟାର କ୍ରିକେଟ କ୍ଲବ ବିନ୍ଦାଣିମାର ଆରଏସିଏକୁ ୩୭ରନ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଜଣାପଡ଼ିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଷ୍ଟାର କ୍ରିକେଟ କ୍ଲବ ନିଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୦୬ ରନ୍‍ ସଂଗ୍ରହ କରିଥିଲା। ୨୦୭ରନ୍‍ ବିଜୟ ଲକ୍ଷ୍ୟର ଅନୁଧାବନ କରି ବିନ୍ଧାଣିମା ଦଳ ୧୯.୦୧ ଓଭରରେ ସମସ୍ତ ୱିକେଟ ହରାଇ ୧୬୯ରନ୍‍ ସଂଗ୍ରହ କରିବାରେ ସକ୍ଷମ ହେବା ସହ ପରାଜିତ ହୋଇଥିଲା। ଅଲୁପ ଦାଶ ଓ ପ୍ରିୟରଞ୍ଜନ ଗୋଚ୍ଛାୟତ ଅମ୍ପାୟାର ଭାବେ ଏହି ମ୍ୟାଚଟିକୁ ପରିଚାଳନା କରିଥିଲେ। ଷ୍ଟାର କ୍ଲବର ସମସ୍ତ ସଭ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା କାଲି ଢେଙ୍କାନାଳ ମାର୍ଥାପୁର କ୍ରିକେଟ କ୍ଲବ ଓ ଚୌଦ୍ୱାରର ଜ୍ୟାକୋବିନ୍‍ କ୍ରିକେଟ କ୍ଲବ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories