www.samajalive.in
Friday, December 12, 2025
14.1 C
Bhubaneswar

ବାସୁପାଲି ଓ ଗୋଳାମାଲରେ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ବାଚନ ପ୍ରଚାର

ରେଙ୍ଗାଲି: ରେଙ୍ଗାଲି ଜିଲ୍ଲା ପରିଷଦ ଜୋନ୍‍ (୨)ରୁ ବିଜେଡି ପ୍ରାର୍ଥୀ ଦେ ନାରାୟଣ ତିୱାରୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କତରବଗା ପଞ୍ଚାୟତର ଗୋଳାମାଲ ଏବଂ ଝାଙ୍କରପାଲି ପଞ୍ଚାୟତର ବାସୁପାଲି ଗ୍ରାମ ଗସ୍ତ କରି ଉଭୟ ଗ୍ରାମରେ ଅୟୋଜିତ ନିର୍ବାଚନ ସଭାରେ ଭାହଣ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରି ବିଜେଡି ପ୍ରାର୍ଥୀ ଶ୍ରୀ ତିୱାରୀଙ୍କୁ ଭୋଟ୍‍ ଦେବାକୁ ନିବେଦନ କରିଥିଲେ। ମନ୍ତ୍ରୀ ଶ୍ରୀ ସିଂହଙ୍କ ବ୍ୟତୀତ ବିଜେଡି ପର୍ଯ୍ୟବେକ୍ଷକ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ସେଠି, ପୂର୍ବତନ ରେଙ୍ଗାଲି ବିଧାୟକ ରମେଶ ପଟୁଆ ଏବଂ ବିଜେଡି ପ୍ରାର୍ଥୀ ଦେନରାୟଣ ତିୱାରୀ ଭୋଟରମାନଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସମ୍ପାଦକ ଏମ୍‍. ବି ସତ୍ୟେନ୍‍, ନିର୍ବାଚନ ପରିଚାଳନା କମିଟିର ସଭୟ ରାଜେଶ ପୃଷ୍ଟି, ଗୋବର୍ଦ୍ଧନ ସାହୁ, ହେମନ୍ତ ଦାସ ପ୍ରମୁଖ ବିଜେଡିର ବହୁ କାର୍ଯ୍ୟକର୍ତ୍ତା ଏବଂ ସ୍ଥାନିୟ ଅଞ୍ଚଳର କର୍ମୀ ଏବଂ ସମର୍ଥକ ଯୋଗ ଦେଇଥିଲେ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories