www.samajalive.in
Friday, December 12, 2025
14.1 C
Bhubaneswar

ଭୋଜି ଓ ମଦମାଂସରେ ଭାସୁଛି ଗାଁ: ସରିଲା ପ୍ରଚାର, ଏବେ ନେତାଙ୍କ ଅନ୍ଧାରି ବିଜେର ପାଳି

ରେଙ୍ଗାଲି: ରେଙ୍ଗାଲି ବ୍ଲକରେ ଆସନ୍ତା ୨୦ ତାରିଖ ଦିନ ହେବାକୁ ଥିବା ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଅବଧି ଆଜି ସରିଯାଇଛି। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଆଦି ପଦରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଉଚ୍ଚ ସ୍ୱରରେ ନାନ ପ୍ରକାର ଗୀତ ଓ ସଙ୍ଗୀତ ରେ ଚାଲିଥିବା କାନଫଟା ପ୍ରଚାର ଜନିତ ଶଦ୍ଦ ପ୍ରଦୁଷଣ ଆଜି ସନ୍ଧ୍ୟାରୁ ଥମି ଯାଇଛି। ଏବେ ନେତା, କୁଜିନେତାମାନେ ଭୋଟ ହାତେଇବା ପାଇଁ ଗାନ୍ଧି ମୁଣ୍ଡ ଅର୍ଥାତ୍‍ ଟଙ୍କା ଧରି ଅନ୍ଧାରି ବିଜେରେ ବାହାରି ଭୋଟର ମାନଙ୍କୁ ଭେଟି ଦେବା ପାଇଁ ପ୍ରସ୍ତୁତ ହେଉ ଚର୍ଚ୍ଚା ହେଉଛି।

ଅପରପକ୍ଷରେ ଭୋଟରମାନଙ୍କୁ ଅପ୍ୟାୟିତ କରିବା ସକାଶେ ଗତ କିଛି ଦିନ ହେଲା ଗାଁ ଗହଳି ଏବ ପଡ଼ାମାନଙ୍କରେ ଭୋଟ୍‍ ହାତେଇବା ପାଇଁ ଚାଲିଥିବା ଭୋଜିଭାତ, ମଦ ମାଂସର ଆସର ଅବ୍ୟହତ ରହିଛି। ସରପଞ୍ଚ,ସମିତି ସଭ୍ୟ ଠାରୁ ଆରମ୍ଭ କରି ପ୍ରତିଯୋଗିତା କଲା ଭଳି ଭୋଟରମାନଙ୍କୁ ଭୋଜି ଭାତ ମଦମାଂସରେ ଅପ୍ୟାୟିତ କରଯାଉଥିବାର ଖବର ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ପଞ୍ଚାୟତରେ ପ୍ରତିଦ୍ୱନ୍ଦି ବେଶୀ ସେହି ପଞ୍ଚାୟତରେ ଭୋଜିର ଆୟୋଜନ ବି ବେଶୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories