www.samajalive.in
Friday, December 12, 2025
14.1 C
Bhubaneswar

୨୧ରେ ବାହାଘର, ଦ୍ୱନ୍ଦ୍ୱରେ ମହେନ୍ଦ୍ର

ବଲାଙ୍ଗିର: ଗତ ୧୬ ତାରିଖ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡ଼ା ପଞ୍ଚାୟତ ସମିତିରେ ହୋଇଥିଲା। ନିର୍ବାଚନ ପରିଚାଳନାକାରୀ ଦଳ ଓ ପୁଲିସ ପାଇଁ ଜିଲା ସଡକ ପରିବହନ ବିଭାଗ(ଆର୍‍ଟିଓ) ପକ୍ଷରୁ ଚାରି ଚକିଆ ଓ ଯାତ୍ରୀବାହି ବସ୍‍ଗୁଡ଼ିକୁ ପୂର୍ବରୁ ନିଜସ୍ୱ ଅକ୍ତିଆରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟ ପାଇଁ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡ଼ାକୁ ପଠାଯାଇଥିଲା। ୧୬ ତାରିଖ ସନ୍ଧ୍ୟାରେ ଜବାହାର କଲେଜ ପାଟଣାଗଡ଼ କେନ୍ଦ୍ରରେ ନିର୍ବାଚନ ପରିଚାଳନାକାରୀମାନେ ସାମଗ୍ରୀ ହସ୍ତାନ୍ତର କରୁଥିଲେ। ସେହି ସମୟରେ ଜଣେ ଗାଡି ଚାଳକ ବାହା ଘର କାର୍ଡ ଧରି ଏପଟ ସେପଟ ହେଉଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗାଡି ଚାଳକଙ୍କୁ ଡାକି ବାହା ଘର କାର୍ଡ ଧରି ଏଠି କାହିଁକି ବୁଲୁଛ ବୋଲି ପଚାରିଥିଲେ।

ଗାଡି ଚାଳକ ଜଣଙ୍କ ମହେନ୍ଦ୍ର ସାହୁ। ତାଙ୍କ ବାହା ଘର ଆସନ୍ତା ୨୧ ତାରିଖରେ ଅଛି। ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟ, ତୃତୀୟ ପର୍ଯ୍ୟାୟ ଏଭଳି ଶେଷ ଯାଏ ଆର୍‍ଟିଓ ଗାଡି ନିଜସ୍ୱ ନିୟନ୍ତ୍ରଣକୁ ନେଇଛନ୍ତି। ସେଥିରେ ତାଙ୍କ ଗାଡି ବି ରହିଛି। ୨୧ ତାରିଖରେ ବାହା ଘର ଓ ଏପଟେ ନିର୍ବାଚନ ପାଇଁ ଗାଡି ଦାୟିତ୍ୱ। ସେ କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି କହିଥିଲେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ। ଏସଂପର୍କରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଅ ଓ କେମିତି ବାହା ଘର ହୋଇପାରିବ ସେ ଦିଗରେ ଉଦ୍ୟମ କର ବୋଲି ପୁଲିସ ଅଧିକାରୀ ପରାମର୍ଶ ଦେଇଥିଲେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ଓ ଦ୍ୱନ୍ଦ୍ୱରେ ମହେନ୍ଦ୍ର ବୋଲି ଆଲୋଚନା ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories