www.samajalive.in
Sunday, December 7, 2025
13.1 C
Bhubaneswar

ଜାମ୍ମୁ-କାଶ୍ମୀର ଡିଜିପି ରହିବେ ଦିଲବାଗ ସିଂହ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ପୁଲିସ ମହାନିର୍ଦେଶକ (ଡିଜିପି) ଦିଲ୍‍ବାଗ ସିଂହ ତାଙ୍କ ପଦ ବଜାୟ ରଖିବେ ବୋଲି ସୁପ୍ରିମକୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି। ଡିଜିପି ନିଯୁକ୍ତି ସମ୍ବନ୍ଧରେ କେନ୍ଦ୍ରୀୟ ପ୍ରଶାସନିକ ସେବା ଆୟୋଗ (ୟୁପିଏସ୍‍ସି) ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଦିଲବାଗ ଏହି ପଦରେ ରହିବେ। ଏଥିସହ କେଉଁ ବରିଷ୍ଠ ପୁଲିସ ଅଧିକାରୀ ଡିଜିପି ଦାୟିତ୍ୱ ତୁଲାଇବା ଉଚିତ ସେ ବିଷୟରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ୟୁପିଏସ୍‍ସିକୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ନିର୍ଦେଶ ଦେଇଛନ୍ତି। ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରର ୧୦ ଜଣ ପୁଲିସ କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଅପହରଣ କରିନେବା ଘଟଣା ପରେ ଡିଜିପି ପଦରୁ ଏସ୍‍.ପି. ବୈଦ୍ୟଙ୍କୁ ହଟାଯାଇଥିଲା। ୟୁପିଏସ୍‍ସି ଦ୍ୱାରା ନିୟମିତ ଡିଜିପି ନିଯୁକ୍ତ ହେବାଯାଏ କାର୍ଯ୍ୟନିର୍ବାହୀ ଡିଜିପି ଭାବେ ଦିଲବାଗଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ନିର୍ଦେଶାବଳୀ ଅନୁପାଳନରୁ ଜାମ୍ମୁ-କାଶ୍ମୀରକୁ ଛାଡ ଦେବା ନିମନ୍ତେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତିନିଜଣିଆ ଚୂଡାନ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଅଧିକାରୀ ପଦରେ ନିଯୁକ୍ତ କରିବା ପୂର୍ବରୁ ୟୁପିଏସ୍‍ସିର ଅନୁମତି ନେବାକୁ ହେବ ବୋଲି ପୂର୍ବରୁ ଦେଇଥିବା ନିର୍ଦେଶର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାର ନିବେଦନ କରିଥିଲେ। ସେପ୍ଟେମ୍ବର ୧୧ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ଏକ ଜଟିଳ ପରିସ୍ଥିତି ତଥା ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲବାଗ୍‍ଙ୍କୁ ଅନ୍ତରୀଣ ନିଯୁକ୍ତି ଦିଆଯାଇଛି ବୋଲି ରାଜ୍ୟ ସରକାର ଯୁକ୍ତି ଦର୍ଶାଇଥିଲେ। ଉଲ୍ଲେଖ ଯେ, ୨୦୦୬ରେ ପୂର୍ବତନ ଡିଜିପି ପ୍ରକାଶ ସିଂହ ଏବଂ ଏନ୍‍. କେ. ସିଂହଙ୍କ ମାମଲାର ଶୁଣାଣି ବେଳେ ଡିଜିପିଙ୍କ କାର୍ଯ୍ୟକାଳ ଅତିକମ୍‍ରେ ୨ ବର୍ଷ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦେଶାବଳୀ ଜାରି କରିଥିଲେ। ପ୍ରିୟାପ୍ରୀତି ତୋଷଣ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ଡିଜିପି ନିଯୁକ୍ତ ନ କରିବାକୁ ସୁପ୍ରିମକୋର୍ଟ ଜୁଲାଇ ୩ ରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories