www.samajalive.in
Saturday, December 6, 2025
23.1 C
Bhubaneswar

ଶାନ୍ତି କଥାବାର୍ତ୍ତା ପାଇଁ ମୋଦୀଙ୍କୁ ପତ୍ର ଲେଖିଲେ ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦୁଇ ଦେଶ ମଧ୍ୟରେ ପୁନଃ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ମିଳିତ ଆମେରିକାର ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ଅବସରରେ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପାଇଁ ସେ ଆଗ୍ରହ ପ୍ରକାଶ କରିଛନ୍ତି। ଇମ୍ରାନ ସେପ୍ଟେମ୍ବର ୧୪ରେ ଏହି ପତ୍ର ଲେଖିଥିଲେ। ଭାରତର ବିଦେଶ ମନ୍ତ୍ରାଳୟ ଏହାର ଉତ୍ତର ରଖିଛି। ଉଭୟ ଦେଶର ବିଦେଶ ମନ୍ତ୍ରୀ ନ୍ୟୁୟର୍କଠାରେ ନିଜ ସହମତିର ତାରିଖ ଅନୁସାରେ ପରସ୍ପରକୁ ଭେଟିବେ ବୋଲି ଭାରତ ପକ୍ଷରୁ କୁହାଯାଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ଏହା ଦ୍ୱିପାକ୍ଷିକ ଆଲୋଚନା ନୁହେଁ ମାତ୍ର ଏକ ବୈଠକ। ଅର୍ଥାତ ନ୍ୟୁୟର୍କରେ ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶାହା ମହମ୍ମୁଦ କ୍ୟୁରେସିଙ୍କ ମଧ୍ୟରେ ବୈଠକ ହେବ। ହେଲେ ଏହି ବୈଠକ ପାଇଁ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇ ନାହିଁ । ତେବେ ପାକିସ୍ତାନରେ ସାର୍କ ଶିଖର ସମ୍ମିଳନୀ ପାଇଁ ଇମ୍ରାନଙ୍କ ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେଇଛି।
ଉଲ୍ଲେଖ ଯେ ୨୦୧୫ରେ ଶେଷଥର ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହୋଇଥିଲା। ଗତମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ ଦାୟିତ୍ୱ ନେବା ପରେ ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପାକିସ୍ତାନ ଆତଙ୍କବାଦ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ଇମ୍ରାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଇମ୍ରାନ ପତ୍ରରେ ଲେଖିଛନ୍ତି ଯେ ଆତଙ୍କବାଦ ଉପରେ ଆଲୋଚନା ପାଇଁ ପାକିସ୍ତାନ ଏବେ ବି ପ୍ରସ୍ତୁତ ଅଛି। ବ୍ୟାପାର, ଲୋକ ସମ୍ପର୍କ, ଧାର୍ମିକ ଯାତ୍ରା ଏବଂ ମାନବିକତା ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ପୂର୍ଣ୍ଣ ଭାବେ ପ୍ରସ୍ତୁତ। ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଏନେଇ କଥାବାର୍ତ୍ତା ହେବା ଆବଶ୍ୟକ। ଆମେ ଭାରତଠାରୁ ସକରାତ୍ମକ ବାର୍ତ୍ତା ଆଶା କରୁଛୁ। ପତ୍ରରେ ଇମ୍ରାନ ଭାରତର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଉଲ୍ଲେଖ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories