www.samajalive.in
Friday, December 5, 2025
26.1 C
Bhubaneswar

ଗୋଟିଏ ଫଟୋ ବଦଳାଇ ଦେଲା ଗରିବ ପରିବାରର ଭାଗ୍ୟ

ନୂଆଦିଲ୍ଲୀ: ଏକ ଦୁଃଖଭରା ଫଟୋ ଗୋଟିଏ ଗରିବ ପରିବାରକୁ ଲକ୍ଷପତି ବନାଇଛି । ଫଟୋଟି ଭାଇରାଲ ହେବା ପରେ ପ୍ରାୟ ୫୭ ଲକ୍ଷ ଟଙ୍କାର ରାଶି ପରିବାରକୁ ଲୋକଙ୍କୁ ସହାୟତା ମିଳିଛି । ଏହି ଫଟୋଟିକୁ ଟ୍ବିଟରରେ ପ୍ରାୟ ୩୧ ହଜାରରୁ ଅଧିକ ସେୟାର ହୋଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଏକ ଶିବିରରେ କାମ କରୁଥିବା ବେଳେ ସଫେଇକର୍ମୀ ଅନିଲଙ୍କ ମୃତ୍ୟୁ ଘଟିଥିଲା। ଅନିଲଙ୍କ ମୃତଦେହ ନିକଟରେ ତାଙ୍କ ୧୧ ବର୍ଷର ପୁଅ କାନ୍ଦୁଥିବା ଅବସ୍ଥାର ଏକ ଫଟୋ ଟ୍ବିଟର ପୋଷ୍ଟ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ମୃତ ଅନିଲଙ୍କ ପରିବାରକୁ ସାହାର୍ଯ୍ୟର ସୁଅ ଛୁଟିଥିଲା। ପରେ ଏକ ଏନଜିଓ ସଂସ୍ଥା ଜରିଆରେ ଟଙ୍କା ଆଦାୟ ଆରମ୍ଭ ହୋଇଥିଲା। ପ୍ରାୟ ଦୁଇ ଦିନ ମଧ୍ୟରେ ମୋଟ ୫୭ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ଜଣାପଡିଛି । ଏନଜିଓ ରିପୋର୍ଟ ଅନୁଯାୟୀ, ଟଙ୍କା ସଂଗ୍ରହରେ ସାହାଯ୍ୟ କରିଥିବା ୱେବ୍ ସାଇଡ୍ କିଟୋ ପାଉଣା, ଜିଏସଟି ଓ ପେମେଣ୍ଟ ଗେଟୱେ ସମେତ ୯.୪୪ ପ୍ରତିଶତ କଟା ଯାଇ ବାକି ଟଙ୍କା ପୀଡିତାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ।

- Advertisement -

ରିପୋର୍ଟ ଅନୁଯାୟୀ, ସୁରକ୍ଷା ଉପକରଣ ବିନା ସଫେଇ କାର୍ଯ୍ୟ କରିବା କାରଣରୁ ଅନିଲଙ୍କ ମୃତ୍ୟୁ ଘଟିଛି । ଯେଉଁ ରସି ବା ଦଉଡା ସାହର୍ଯ୍ୟରେ ସେ ଶିବିରରୁ ଓହ୍ଲାଉଥିଲେ ତାହା ଦୁର୍ବଳ ଥିଲା । ଦିଲ୍ଲୀର ୩୭ ବର୍ଷୀୟା ସଫେଇକର୍ମୀ ଅନିଲଙ୍କ ପରିବାରରେ ପତ୍ନୀ ରାଣୀ ଏବଂ ତିନୋଟି ପିଲା ରହିଛନ୍ତି । ମୃତଦେହ ସତ୍କାର ପାଇଁ ମଧ୍ୟ ଅନିଲଙ୍କ ପରିବାର ନିକଟରେ ଟଙ୍କା ନ ଥିବା ଜଣାପଡିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories