www.samajalive.in
Saturday, December 6, 2025
26.1 C
Bhubaneswar

ଭୀମା-କୋରେଗାଓଁ ହିଂସା ମାମଲା: ସାମାଜିକ କର୍ମୀଙ୍କ ଗିରଫଦାରୀ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଭୀମା-କୋରେଗାଓଁ ହିଂସା ମାମଲାରେ ୫ ଜଣ ସାମାଜିକ କର୍ମୀ ତଥା ବାମପନ୍ଥୀ ବିଚାରକଙ୍କ ଗିରଫଦାରୀ ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଏଏମ୍‍ ଖାନିୱଲକର, ଜଷ୍ଟିସ୍‍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୨୪ ସୁଦ୍ଧା ମହାରାଷ୍ଟ୍ର ପୁଲିସ୍‍କୁ ମାମଲା ସମ୍ବନ୍ଧୀୟ କେସ୍‍ ଡାଏରୀ ଓ ଆବେଦନକାରୀଙ୍କୁ ଲିଖିତ ଭାବେ ନିଜ କଥା ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୪ରେ ରାୟ ପ୍ରକାଶ କରିବେ। ଉଲ୍ଳେଖ ଯେ ସାମାଜିକ କର୍ମୀ ସୁଧା ଭାରଦ୍ୱାଜ, ପି. ଭରାଭର ରାଓ, ଗୌତମ ନବଲଖା, ଅରୁଣ ଫରୈରା ଏବଂ ବେର୍ଣ୍ଣୋନ ଗୋନସାଲଭେସ୍‍ଙ୍କୁ ମହାରାଷ୍ଟ୍ର ପୁଲିସ୍‍ ଅଗଷ୍ଟ ୨୮ରେ ଗିରଫ କରିଥିଲା । ଅଗଷ୍ଟ ୨୯ରୁ ସେମାନେ ନିଜ ନିଜ ଗୃହରେ ବନ୍ଦୀ ଅଛନ୍ତି। ଏହି ଗିରଫଦାରୀ ବିରୋଧରେ ଐତିହାସିକ ରୋମିଲା ଥାପର, ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକ, ଦେବୀକା ଜୈନ, ସାମାଜିକ ବିଜ୍ଞାନ ପ୍ରଧ୍ୟାପକ ସତୀଶ ଦେଶପାଣ୍ଡେ ଏବଂ ମାନବାଧିକାର କର୍ମୀ ତଥା ଆଇନଜୀବୀ ମାଜା ଦାରୁୱାଲା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପ୍ରକାଶଯୋଗ୍ୟ ଯେ ୨୦୧୭ ଡିସେମ୍ବର ୩୧ରେ ଅନୁଷ୍ଠିତ ଭୀମ କୋରେଗାଓଁ ହିଂସା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏହି ସାମାଜିକ କର୍ମୀମାନଙ୍କୁ ଅଗଷ୍ଟ ୨୮ରେ ଗିରଫ କରାଯାଇଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories