www.samajalive.in
Saturday, December 13, 2025
23.1 C
Bhubaneswar

କୁବେର ପୁଲିସ ଅଧିକାରୀ – ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ

କଟକ : ଦୁର୍ନୀତି ନିବାରଣ ଜାଲରେ ପଡିଛନ୍ତି ଜଣେ କୁବେର ପୁଲିସ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଦେଖି ଦୁର୍ନୀତି ନିବାରଣ ଅଧିକାରୀଙ୍କ ଆଖି ଖୋସିହୋଇପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଯୋଗାଯୋଗ ବିଭାଗ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତ୍ରିନାଥ ମିଶ୍ରଙ୍କ ଘର ସମେତ ଏକ କାଳୀନ ୧୧ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ ଦଳ। ଶ୍ରୀ ମିଶ୍ରଙ୍କ କଟକ, ଯାଜପୁର, ଭୁବନେଶ୍ବର ଓ କୋରାପୁଟ ସ୍ଥିତ ଘର, ତୁଳସୀପୁରସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ନବରଙ୍ଗପୁରସ୍ଥିତ ପୈତୃକ ଘରେ ଚଢଉ କରାଯାଇଛି। ଶ୍ରୀ ମିଶ୍ରଙ୍କ ସମେତ ସମ୍ପର୍କୀୟଙ୍କ ନାଁରେ ଏକାଧିକ ଘର ସାଙ୍ଗକୁ ଫାର୍ମ ହାଉସ, ଜମି, ବିଏମ୍‌ଡବ୍ଲୁ ଭଳି ୪ଟି ଦାମୀ କାର ଓ ୪ଟି ଦାମୀ ବାଇକ୍‌ ଠାବ କରାଯାଇଛି। ଏପରିକି ଔଷଧ ବ୍ୟବସାୟ, ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଭଳି ବ୍ୟବସାୟ ରହିିଥିବା ଜଣାପଡିଛି। ଭିଜିଲାନ୍ସ ଏହି କୁବେର ପୁଲିସ ଅଧିକାରୀଙ୍କ ସମ୍ପତ୍ତିର ଅଧିକ ଖୋଳତାଡ ଜାରି ରଖିଛି। ନଗଦ ୬ ଲକ୍ଷ ଟଙ୍କା ସମେତ ୪୭୦ଗ୍ରାମରୁ ଊର୍ଦ୍ଧ୍ବ ସୁନାଗହଣା ଜବତ କରାଯାଇଥିବାଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା ହେବ ବୋଲି ଏହି ଅଧିକାରୀ କହିଛନ୍ତି।

ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ର ତାଙ୍କ ଚାକିରିକାଳ ମଧ୍ୟରେ ବିପୁଳ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦେଶକ୍ରମେ ଆଜି ଭିଜିଲାନ୍ସ ବିଭାଗର ୧୧ଟି ଦଳ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲେ। ଆଜି ଭିଜିଲାନ୍ସର ସ୍ବତନ୍ତ୍ର ଦଳ ଏକ କାଳୀନ ଶ୍ରୀ ମିଶ୍ରଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ। ଯାଜପୁର ଜିଲା ଚଣ୍ଡିଖୋଲଠାରେ ଶାନ୍ତିଲତା କେୟାର ନର୍ସିଂହୋମ, ଶାନ୍ତିଲତା ଡ୍ରଗ୍ସ ହାଉସ ଠାବ ହୋଇଛି। ଯାହା ତାଙ୍କ ସମ୍ପର୍କୀୟଙ୍କ ନାମରେ ପଞ୍ଜୀକୃତ ହୋଇଛି। ସେଠାରେ ଥିବା ମେଡିକାଲ ଓ ଯାନ୍ତ୍ରିକ ସାମଗ୍ରୀର ମୂଲ୍ୟ ମେଡିକାଲ ବିଶେଷଜ୍ଞମାନେ ଆକଳନ ଜାରି ରଖିଛନ୍ତି। ସେହିପରି ଚଣ୍ଡିଖୋଲ ଓ ଧାନମଣ୍ଡଳ ଅଞ୍ଚଳରେ ସମ୍ପର୍କୀୟଙ୍କ ନାମରେ ଶାନ୍ତିଲତା ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ରହିଛି।

- Advertisement -

କଟକର ମହାନଦୀବିହାରଠାରେ ତାଙ୍କ ଦୁଇ ପୁଅଙ୍କ ନାମରେ ଔଷଧ ତିଆରି ବ୍ୟବସାୟ ରହିଛି। ଭିଜିଲାନ୍ସ ଓ ଡ୍ରଗ୍ସ ବିଭାଗ ନିରୀକ୍ଷକ ଏହାର ତଦାରଖ ଜାରି ରଖିଛନ୍ତି। ଭୁବନେଶ୍ବର ରସୁଲଗଡଠାରେ ୩ମହଲା ଫ୍ଲାଟ୍‌, ଯାଜପୁର ବଡଚଣାଠାରେ ବିରାଟ ଫାର୍ମ ହାଉସ, ଭୁବନେଶ୍ବର ଓ ଯାଜପୁରଠାରେ ୩ଟି ଜମି ଠାବ ହୋଇଛି। ଏପରି କି ଏହି କରିତ୍‌କର୍ମା ପୁଲିସ ବାବୁଙ୍କଠାରୁ ଏକ ବିଏମ୍‌ଡବ୍ଲୁ କାର ଯାହାର ଆନୁମାନିକ ମୂଲ୍ୟ ୧କୋଟି ୧୧ଲକ୍ଷ ଟଙ୍କାର ହେବ, ହୁଣ୍ଡାଇ କ୍ରେଟା କାର ଯାହାର ମୂଲ୍ୟ ୧୭ ଲକ୍ଷ ଟଙ୍କା, ମାରୁତି ବାଲେନୋ କାର ଯାହାର ମୂଲ୍ୟ ୧୦ଲକ୍ଷ ଟଙ୍କା ଓ ଚେଭ୍ରୋଲେଟ୍‌ ଭଳି ମୋଟ ୪ଟି ଦାମୀ କାର ଜବତ ହୋଇଛି। ସେହିପରି ଅତ୍ୟାଧୁନିକ ହ୍ୟୁସଙ୍ଗ ବାଇକ ଯାହାର ମୂଲ୍ୟ ୫.୩ଲକ୍ଷ ଟଙ୍କା, ରୟାଲ ଏନ୍‌ଫିଲ୍ଡ ଯାହାର ମୂଲ୍ୟ ୧ଲକ୍ଷ୭୫ହଜାର ଟଙ୍କା ଓ ଦାମୀ ଟ୍ରମ୍ଫ ରକେଟ୍‌ ଭଳି ବାଇକ୍‌ ଯାହାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ଠାବ କରାଯାଇଛି। ଘର ଓ ସମ୍ପତ୍ତିର ମାପ କରାଯାଇ ମୂଲ୍ୟ ଆକଳନ ଜାରି ରହିଛି। ତେବେ ଆୟ ବହିର୍ଭୂତ ସମ୍ପତିର ପରିମାଣ ଆହୁରି ବଢିବ ବୋଲି ଭିଜିଲାନ୍ସ ଟିମ୍‌ ଆକଳନ କରିଛି।
୬ କୋଟିରୁ ଊର୍ଦ୍ଧ୍ବ…

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories