www.samajalive.in
Saturday, December 13, 2025
23.1 C
Bhubaneswar

ଚୌଦ୍ୱାରରେ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର : ଜାମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଭାରତର ୪୦ଜଣ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍ ତରଫରୁ ଚାରବାଟିଆ ବିରାଟ ବଜାର ଠାରେ ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଧାର ଫାଉଣ୍ଡେସନର ସଦସ୍ୟବୃନ୍ଦ, ଏଆରସି ସୁରକ୍ଷା ଦାୟିତ୍ୱରେ ଥିବା ଆଇଟିବିପିର ଯବାନ୍, ବିରାଟ ବଜାର କମିଟି ସଦସ୍ୟବୃନ୍ଦ ଏବଂ ସ୍ଥାନୀୟ ଜନ ସାଧାରଣ ସହିଦ୍ ଯବାନ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଇଟିବିପିର ଆନନ୍ଦ ସିଂ, କମଳେନ୍ଦୁ ପାନ୍, ଅରବିନ୍ଦ କୁମାର, ଅମୀର ହାଁସଦା, ଫାଉଣ୍ଡେସନ୍ ସମ୍ପାଦକ ଶିବାନନ୍ଦ ବାରିକ୍, ଉପଦେଷ୍ଟା କିରଣବାଳା ନାୟକ, ଗୋଲାପ ସିଂ,ଦିଲ୍ଲିପ ସାହ. କେଦାର ବେହେରା,ବିରାଟ ବଜାର କମିଟି ସଭାପତି ପ୍ରଶାନ୍ତ କୁମାର ବରାଳ, ଡାଟା ଟେକ୍ ଅନୁଷ୍ଠାନର ଅଧ୍ୟକ୍ଷ ଗୌତମ ଉଦୟଭାନୁ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଅନୁରୂପ ଭାବେ ଓଟିଏମ୍ ଦୂର୍ଗା ବଜାର ଠାରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପୌର ପାଳିକା ୮ନମ୍ବର ୱାର୍ଡ଼ର ଯୁବକ ମାନେ ଏକତ୍ରିତ ହୋଇ ‘ସହିଦ୍ ଯବାନ୍ ଅମର ରହେ’ ଧ୍ବନୀ ସହିତ ମହମ ବତି ଜଳାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories