www.samajalive.in
Wednesday, December 10, 2025
14.1 C
Bhubaneswar

ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ

ମୋହନା :  ଗଜପତି ଜିଲ୍ଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା  ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୋଲିଂ ପାର୍ଟି ଦ୍ୱାରା ଗ୍ରହଣ କରିବାକୁ ଥିବା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ଗୁଡ଼ିକର ନିରାପତ୍ତା ସଂମ୍ପର୍କରେ ଯାଞ୍ଚ କରିଥିଲେ। ମୋହନା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଓ ବିଦ୍ୟାଳୟ ପରିସରରେ ସାମଗ୍ରୀ ବିତରଣ କେନ୍ଦ୍ରଗୁଡିକରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସାଙ୍ଗିକ ସାମଗ୍ରୀଗୁଡିକ ଶାନ୍ତିଶୃଙ୍ଖଳାର ସହିତ  ବିତରଣ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
କେନ୍ଦ୍ରଗୁଡିକରେ ପାନୀୟ ଜଳ ଯୋଗାଣ ଓ  ନିରବଛିନ୍ନ  ବିଦ୍ୟୁତ ସେବା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ। ଭୋଟ ବାକ୍ସ ଗୁଡାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମଗୁଡିକର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ  ପିଡିଡିଆରଡିଏ ତଥା ମୋହନା ନୋଡାଲ ଅଧିକାରୀ ଅନାମ ଚରଣ ପାତ୍ର ,ମୋହନା ବ୍ଲକ ବିଡ଼ିଓ ତପସ୍ୱିନୀ ହାଁସଦା, ତହସିଲଦାର କିଶୋର ଚନ୍ଦ୍ର ଦାସ  ଓ ନିୟୋଜିତ  ହୋଇଥିବା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories