www.samajalive.in
Monday, December 8, 2025
24.1 C
Bhubaneswar

ଆଦିବାସୀଙ୍କ ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗକରାଜପୁର ପଞ୍ଚାୟତର ଆଦିବାସୀ ବହୁଳ ଆମ୍ବିଳିଝରୀ ଗ୍ରାମରେ ଚଞ୍ଚକତା କରି ଆଦିବାସୀ ମହିଳାଙ୍କ ନାମରେ ବ୍ୟାଙ୍କ ଋଣ ଉଠାଣ ହୋଇଥିବା ନେଇ ଚୌଦ୍ୱାର ଥାନାରେ ସୋମବାର ଦିନ ଅଭିଯୋଗ ହୋଇଛି । ଗ୍ରାମର ବହୁସଂଖ୍ୟରେ ଆଦିବାସୀ ମହିଳା ଥାନାରେ ପହଞ୍ଚି ଏସଂପର୍କରେ ଅଭିଯୋଗ କରିବା ସହିତ ଏକ ଲିଖିତ ଅଭିଯୋଗପତ୍ର ଥାନା ଆଇଆଇସିଙ୍କୁ ପ୍ରଦାନ କରିଛନ୍ତି । ମହିଳା ମାନଙ୍କ ଅଭିଯୋଗ ସୁତ୍ରରୁ ପ୍ରକାଶଯେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଏହି ଗ୍ରାମର ଡିଲରଙ୍କ ପୁଅ ଶଙ୍କରପୁର ଗ୍ରାମର ମାନସ ବେହେରା ନାମକ ଜଣେ ଯୁବକ ଆଦିବାସୀ ମହିଳାଙ୍କ ଠାରୁ ଟିପ ଓ ଦସ୍ତଖତ ନେବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇ ଯାଇଥିଲେ। କିଛି ଦିନ ପରେ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କର କର୍ମଚାରୀ ମାନେ ଗ୍ରାମକୁ ଆସି ‘ତୁମେ ଋଣ ନେଇଛ, ଏବେ କିସ୍ତି ପରିଶୋଧ କର’ ବୋଲି ମହିଳା ମାନଙ୍କୁ କହିଥିଲେ। ବ୍ୟାଙ୍କ କର୍ମଚାରୀ ମାନେ ଏଥିପାଇଁ ସେମାନଙ୍କ ଉପରେ ଜୁଲମ କରୁଥିବା ଓ ଗାଳି ଗୁଲଜ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ‘ଋଣ ନନେଇ କିସ୍ତି କିପରି ଦେବୁ’ ବୋଲି ମହିଳା ମାନେ ପ୍ରଶ୍ନ କରିବା ସହିତ ସେମାନଙ୍କ ସହିତ ଚଞ୍ଚକତା କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କୁ ଋଣମୁକ୍ତ କରିବାକୁ ମହିଳା ମାନେ ନିବେଦନ କରିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories