www.samajalive.in
Saturday, December 13, 2025
27.1 C
Bhubaneswar

ଛଅଗାଁ ପଞ୍ଚାୟତରେ ଲଢେଇ ଜୋରଦାର : ନୂଆ ମହଁ ସହ ପୁରାତନଙ୍କ ଲଢେଇ

ଗୁରୁଡିଝାଟିଆ :  ଆଠଗଡ ବ୍ଳକର ଛଅଗାଁ ଏକ କୃଷିପ୍ରଧାନ ପଞ୍ଚାୟତ। ବିଭିନ୍ନ ସମାସ୍ୟା ଭିତରେ ପଞ୍ଚାୟତ ଗତିକରୁଛି । ୧୬ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ଚଳିତ ନିର୍ବାଚନରେ ୩ଜଣ ସରପଞ୍ଚ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଠାରେ ୩୨୮୯ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ତୁଷାର ସାହୁ, ପ୍ରତିମା ପ୍ରଧାନ ଓ ପ୍ରଦୀପ କୁମାର ମହାନ୍ତି ୩ଜଣ ସରପଞ୍ଚ ପଦବୀକୁ ନେଇ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ  ମୁଖ୍ୟତଃ ଦିମୁଖି ପ୍ରତିଯୋଗିତା ହେବ। ରାଜନୀତିରେ ନୂତନ ହୋଇଥିଲେ ମଧ୍ୟ ସାମାଜିକ ସଂଗଠନ ଓ ସମାଜସେବାକୁ ନେଇ ତୁଷାର ସାହୁ ଭୋଟରଙ୍କ ପାଖରେ ପହଞ୍ଚି  ଭୋଟ ଭିକ୍ଷା କରିବା ସହିତ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଢିତୋଳିବା ପାଇଁ ତୋଫାନି ପ୍ରଚାର ଆରମ୍ଭ କରିଦେଇଛନ୍ତି । ନିଜ ସମର୍ଥକଙ୍କ ସହିତ ପଞ୍ଚାୟତର ଛଅଗାଁ, ଶଶାଙ୍ଗ , ସରକୁଆଁ, ମାଣତ୍ରୀ, ବାଘୁଆ, ପର୍ବତିଆ ଓ ଚରାଭଉଁରୀ ଆଦି ଗାଁମାନଙ୍କରେ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ  ଜୋରଦାର ପ୍ରଚାର ଚଳାଇଛନ୍ତି। ରାଜନୀତି ମଇଦାନରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଥିବା ପ୍ରଦୀପ କୁମାର ମହାନ୍ତି ରାଜନୀତିରେ ବେଶ ପରିଚିତ । ତୃଣମୂଳସ୍ତରରେ ପଞ୍ଚାୟତର ପ୍ରତ୍ୟେକ ଜନସାଧାରଣ ଶ୍ରୀ ମହାନ୍ତିଙ୍କୁ ଜାଣିଛନ୍ତି । ପ୍ରାଥମିକ ସେବା ସମବାୟ ସମିତିର ସଭାପତି ହେଉ କି ଗାଁର ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟରେ ଶ୍ରୀ ମହାନ୍ତିଙ୍କ ପ୍ରଭାବ ରହିଛି । ତେଣୁ ନିଜ ବ୍ୟକ୍ତିତ୍ୱକୁ ନେଇ ସରପଞ୍ଚ ନିର୍ବାଚନରେ ବିଜୟୀ ହେବା ନିମନ୍ତେ ଆଶାବାନ୍ଧିଥିବା ବେଳେ ଜୋରଦାର ପ୍ରଚାର ମଧ୍ୟ ଚଳାଇଛନ୍ତି । ତେଣୁ ଛଅଗାଁ ପଞ୍ଚାୟତରେ ତୁଷାର ସାହୁଙ୍କ ସହିତ ପ୍ରଦୀପ କୁମାର ମହାନ୍ତିଙ୍କ ଲଢେଇ ଜୋରଦାର ହେଉଛି । ପ୍ରତିମା ପ୍ରଧାନ ମଧ୍ୟ ନିଜର ଉଦ୍ୟମ ଚଳାଇଛନ୍ତି । ହେଲେ ଲଢେଇ ମୁଖ୍ୟତଃ ଶ୍ରୀ ମହାନ୍ତି ଓ ଶ୍ରୀ ସାହୁଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା ୨୨ ତାରିଖରେ ଏହି ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଞ୍ଚାୟତରେ ସମିତିସଭ୍ୟ ଭାବରେ ଅନିଲ କୁମାର ସାହୁ ଓ କାର୍ତ୍ତିକ ରାଉତ ପ୍ରତିଦ୍ୱନ୍ଦିତା କରୁଛନ୍ତି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories