www.samajalive.in
Saturday, December 13, 2025
27.1 C
Bhubaneswar

ଏନଏସି ପ୍ରଶାସନ ସିଲ କଲା ପେଟ୍ରୋଲ ପମ୍ପ, ଟ୍ରେଡିଂ ଲାଇସେନ୍ସ ନ ଥିବା ୮ଟି ବ୍ୟବସାୟ ପ୍ରତିଷ୍ଠାନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମି ଜୟଶ୍ରୀ ରେଡ଼ି ଏନଫୋର୍ସମେଣ୍ଟ ଅଧିକାରୀଙ୍କ ସହ ଅପରାହ୍ଣ ପ୍ରାୟ ୫ଟା ବେଳେ ରାଷ୍ଟ୍ରୀୟ ହିନ୍ଦୀ ବିଦ୍ୟାଳୟ ସଂଲଗ୍ନ ମାର୍କେଟ କମ୍ପ୍‌ଲେକ୍ସର ୮ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲେ ଏବଂ ଟ୍ରେଡିଂ ଲାଇସେନ୍ସ ନଥିବାରୁ ଏହି ୮ଟି ଦୋକାନ ସିଲ କରି ଦେଇଥିଲେ। ସେହିପରି ବଙ୍ଗୋମୁଣ୍ଡା ରାସ୍ତାରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପକୁ ଏନଏସି ପ୍ରଶାସନ ସିଲ କରିଦେଇଛି। ଏନଏସି ପ୍ରଶାସନ ପକ୍ଷରୁ ରିଲାଏନ୍ସ ପେଟ୍ରୋଲ ପମ୍ପକୁ ଆବଶ୍ୟକ କାଗଜ ପତ୍ର ଦେଖାଇବାକୁ କୁହାଯାଇଥିଲା।

 

- Advertisement -

ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ପେଟ୍ରୋଲ ପମ୍ପ ଅଫିସ ସିଲ କରାଯାଇଥିଲା। ଏନଏସି ପ୍ରଶାସନ ଏହି ପଦକ୍ଷେପ ଦେଖି ସହରର ମେନରୋଡ଼, ବଜାରରୋଡ଼ ସହ ଅଧିକାଂଶ ସ୍ଥାନରେ ଦୋକାନ ବଜାର ବ୍ୟବସାୟୀ ମାନେ ବନ୍ଦ କରିଦେଇ ଥିଲେ। ସହରରେ କର୍ଫ୍ୟୁ ଭଳି ପରିସ୍ଥିତି ଦେଖା ଯାଇଥିଲା। ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଵା ସହ ସହରର ଅଧିକାଂଶ ବ୍ୟବସାୟୀ ଲାଇସେନ୍ସ ଅନଲାଇନ ସାଇଟ ବନ୍ଦ ଥିବାବେଳେ ଅନେକ ଆବେଦନ କରିପାରିନଥିଲେ। କେତେକ ବ୍ୟବସାୟୀ ଟ୍ରେଡିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରି ସୁଦ୍ଧା ଲାଇସେନ୍ସ ପାଇନଥିବା ଅଭିଯୋଗ କରିଛନ୍ତି। ଅନେକ ଦୋକାନୀ ଲାଇସେନ୍ସ ଥାଇ ନବୀକରଣ କରିନଥିବା ଜଣାପଡିଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories