www.samajalive.in
Thursday, December 11, 2025
18.1 C
Bhubaneswar

ରକାନୀ ଗାଁର ଭୋଟର୍ ତାଲିକା ଗାଏବ, ମତଦାନରୁ ବଞ୍ଚିତ ହେବେ ୫୭ ଜଣ ଭୋଟର

ବଲାଙ୍ଗିର: ଭାରତୀୟ ସମ୍ବିଧାନ ଦେଶର ନାଗରିକମାନଙ୍କୁ ଅନେକ ଗୁଡିଏ ଅଧିକାର, ସୁବିଧା ଓ ସୁଯୋଗ ପ୍ରଦାନ କରିଥାଏ। ସେଥି ମଧ୍ୟରୁ ରାଜନୈତିକ ଅଧିକାରରେ ମତ ସାବ୍ୟସ୍ତ କରିବା ଓ ଦେଶ ଗଠନରେ ପ୍ରମୁଖ ଭୂମିକା ନାଗରିକମାନେ ଗ୍ରହଣ କରିଥାନ୍ତି। ଅବାଧ, ମୁକ୍ତ ଓ ନିରେପେକ୍ଷ ଭାବରେ ଜନ ପ୍ରତିନିଧି ବାଛିବା ପାଇଁ ପ୍ରତ୍ୟେକ ୫ ବର୍ଷରେ ହେଉଥିବା ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସାବାଳକ ଭୋଟର ମାନ୍ୟତା ପାଇଥିଲେ ହେଁ ଚଳିତ ପଞ୍ଚାୟତ ନିର୍ବାଚନରେ ଗୋଟିଏ ଗାଁ ସମ୍ପୁର୍ଣ୍ଣ ଭାବେ ଭୋଟ ଦାନରୁ ବଞ୍ଚିତ ହେଉଥିବା ନେଇ ଜିଲା ପ୍ରଶାସନ ଠାରେ ସୋମବାର ଗୁରୁତର ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ଯେ,ବଲାଙ୍ଗିର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପରବାହାଲ ଗ୍ରାମ ପଞ୍ଚାୟତର ବରକାନୀ ଗାଁ । ବରକାନୀ ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଏଠାରେ ୩୫ ଜଣ ଅନୁସୂଚିତ ଜନଜାତି, ୧୭ ଜଣ ଅନୁସୂଚିତ ଜାତି ବର୍ଗର ଥିବା ବେଳେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ପଛୁଆବର୍ଗର ୨୦ ଜଣ ବାସିନ୍ଦା ରହିଛନ୍ତି। ଯାହା ସର୍ବମୋଟ ଗାଁର ଜନସଂଖ୍ୟା ୭୨ ଥିବା ବେଳେ ୫୭ ଜଣ ଭୋଟର ରହିଛନ୍ତି। ଆସନ୍ତା ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୧୮ ତାରିଖରେ ଉପରବାହାଲ ଗ୍ରାମ ପଞ୍ଚାୟତର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିବେ। ହେଲେ ଏହି ଭୋଟ୍ ପ୍ରକ୍ରିୟାରେ ଉପରବାହାଲ ପଞ୍ଚାୟତର ବରକାନୀ ଗାଁର ଭୋଟର୍ ସାମିଲ ହୋଇପାରିବେ ନାହିଁ। କାହିଁକି ନାଁ ବରକାନୀ ଗାଁର ଭୋଟର ତାଲିକା ହିଁ ନାହିଁ। ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ନିର୍ବାଚନରେ ନିଜ ମନ ପସନ୍ଦର ପ୍ରାର୍ଥୀ/ପ୍ରାର୍ଥୀନୀଙ୍କୁ ଭୋଟ୍ ଦେବାର ଅଧିକାର ରହିଥିବା ବେଳେ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ଭୁଲ ଯୋଗୁଁ ଏତେ ସଂଖ୍ୟାରେ ଭେଟର ବାଦ ପଡିବାକୁ ଯାଉଛନ୍ତି ।

 

- Advertisement -

ଗାଁର ରାଜେନ୍ଦ୍ର ବୁଡେକଙ୍କ କହିବା ଅନୁସାରେ, ଭୋଟ ଦାନରୁ ବଞ୍ଚିତ ହେବା ଜଣାପଡିବା ପରେ ଆମେ ଯଥା ସମ୍ଭବ ବିଭାଗୀୟ ଅଧିକାରୀ,ଉପ ଜିଲାପାଳ,ବଲାଙ୍ଗିର ଜିଲାପାଳଙ୍କ ସମେତ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ତାଙ୍କ ଅବଗତି ନିମନ୍ତେ ଜଣାଇଥିଲୁ। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ହୋଇ ନାହିଁ। ଶେଷରେ ନିର୍ବାଚନ ପାଖେଇ ଆସିଥିବାରୁ ଜିଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛୁ ବୋଲି କହିଛନ୍ତି। ସେହିପରି ଗାଁର ଯୁବ ସଙ୍ଗଠକ ଯୁଧିଷ୍ଠିର ଘିବେଲା ଏହା ଏକ ରାଜସ୍ୱ ଗ୍ରାମ ହୋଇଥିଲେ ସୁଦ୍ଧା ଭୋଟ୍ ଦାନରୁ ସମ୍ପୁର୍ଣ୍ଣ ବଞ୍ଚିତ କରିବାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ଜଣେ ଦୁଇ ଜଣଙ୍କ ଭୋଟର୍ ତାଲିକାରେ ନାଁ ନ ଆସିଲେ କେତେ କଣ ହୋଇଯାଉଛି । କିନ୍ତୁ ଗୋଟେ ରାଜସ୍ୱ ଗାଁକୁ ଭୋଟରୁ ବାଦ୍ ଦେବା କି ଉଦ୍ଦେଶ୍ୟ ବୁଝା ପଡୁନାହିଁ । ଯଦି ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଆମ ଗାଁର ଭୋଟର ମତସାବ୍ୟସ୍ତ କରିଥିଲେ ତେବେ ୨୦୨୨ରେ କାହିଁକି ନୁହେଁ? ଏଥି ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏ ସମ୍ପର୍କରେ ଅଭିଯୋଗ ଶୁଣିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବଲାଙ୍ଗିର ଉପଜିଲାପାଳଙ୍କୁ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories