www.samajalive.in
Wednesday, December 10, 2025
16.1 C
Bhubaneswar

ମହଙ୍ଗା ପଡ଼ିଲା ନାବାଳକଙ୍କ ବାଇକ ଚାଳନା, ଜୋରିମାନା ବାବଦରେ ପୁଲିସ କାଟିଲା ୩୩,୫୦୦ ଟଙ୍କାର ଚାଲାଣ

ବୌଦ୍ଧ: ବୌଦ୍ଧ ଜିଲାରେ ସଡ଼କ ସୁରକ୍ଷା ନିୟମକୁ ବେଖାତିର କରୁଛନ୍ତି ଲୋକେ। ଯାହାଦ୍ବାରା ଜିଲ୍ଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଶିକାର ହୋଇ ଅନେକ ବ୍ୟକ୍ତିଙ୍କ ଅକାଳରେ ଜୀବନ ଯାଉଛି। ଜିଲ୍ଲାରେ ସଡ଼କ ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ଆଞ୍ଚଳିକ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମିତ ଯାଞ୍ଚରେ ସୋମବାର ଜଣେ ନାବାଳକ ବାଇକ ଚାଳନା କରୁଥିବାରୁ ବାଇକର ମାଲିକଙ୍କ ନାମରେ ଜୋରିମାନା ବାବଦରେ ୩୩,୫୦୦ ଟଙ୍କାର ଚାଲାଣ କଟିଛି। ତଣ୍ଡ ଆଦାୟ ନ ହେବା ପର୍ଯ୍ୟନ୍ତ ଗାଡ଼ିକୁ ଥାନାରେ ଅଟକ ରଖିବାକୁ ମନମୁଣ୍ଡା ପୁଲିସକୁ ଅନୁରୋଧ କରାଯାଇଛି। ବୌଦ୍ଧ ଜିଲା ଦେଇ ଲମ୍ବିଥିବା ୫୭ ନଂ ଜାତୀୟ ରାଜପଥ ଓ ୪୨ ନଂ ରାଜ୍ୟ ରାଜପଥରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଅଧିକାଂଶ ଦୁର୍ଘଟଣାର କାରଣ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ଓ ବେପରୁଆ ଗାଡ଼ି ଚାଳନା। ତେଣୁ ଆଞ୍ଚଳିକ ପରିବହନ ବିଭାଗ ବିଭିନ୍ନ ରାସ୍ତାରେ ତନଖି ଜୋରଦାର କରିଛି। ବିଭାଗର ଇଣ୍ଟରସେପ୍ଟର ଗାଡ଼ି ଜିଲାରେ ପଇନ୍ତରା ମାରୁଛି। ବିଭାଗୀୟ ଚଢ଼ଉ ଦଳ ସୋମବାର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ-ମନମୁଣ୍ଡା ରାସ୍ତାରେ ଜଣେ ନାବାଳକ ବାଇକ (ଓଡି-୩୧-ଇ-୬୨୯୦) ଚାଳନା କରୁଥିବା ଚିହ୍ନଟ କରିଥିଲେ। ନାବାଳକ(୧୫ ବର୍ଷ)ଙ୍କ ବାଇକ ଚାଳନା, ଲାଇସେନ୍ସ ନଥିବା, ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିବା, ବାଇକରେ ସାମ୍ନାରେ ନମ୍ବର ପ୍ଲେଟ ନଥିବା ବେଳେ ପଛପଟ ପ୍ଲେଟ ଭାଙ୍ଗି ଯାଇଥିବା, ଗାଡ଼ିର ବୀମା ନଥିବା ଦେଖାଯାଇଥିଲା। ଫଳରେ ନାବାଳକଙ୍କ ଗାଡ଼ି ଚାଳନା ପାଇଁ ସଡ଼କ ସୁରକ୍ଷା ଆଇନ ଧାରା ୧୯୯ଏ(୨)ରେ ୨୫ ହଜାର ଟଙ୍କା, ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପନ୍ଧିନଥିବାରୁ ୧୯୪(ଡି)ରେ ୧ ହଜାର ଟଙ୍କା, ଗାଡ଼ିର ବୀମା ନଥିବାରୁ ୧୯୬ ଧାରାରେ ୨ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୧୮୧ ଧାରାରେ ୧୮୧ ଧାରାରେ ୫ ହଜାର ଟଙ୍କା, ଆଗ ନମ୍ବର ପ୍ଲେଟ ନଥିବା ଓ ପଛ ନମ୍ବର ପ୍ଲେଟ ଭାଙ୍ଗି ଶେଷ ଦୁଇଟି ସଂଖ୍ୟା ନଥିବାରୁ ୫ଶହ ଟଙ୍କା ମିଶାଇ ୩୩,୫୦୦ ଟଙ୍କା ଜୋରିମାନା କରାଯାଇଛି। ଚଢ଼ଉ ବେଳେ କନିଷ୍ଠ ଏମଭିଆଇ ପ୍ରମୋଦ ସିଂହଙ୍କ ସହ ବିଭାଗୀୟ କନେଷ୍ଟବଳ ପ୍ରକାଶ ବିଶ୍ବାଳ ଉପସ୍ଥିତ ଥିଲେ। ମନମୁଣ୍ଡା ଥାନା ଏଏସଆଇ ପବିତ୍ର ସାମଲଙ୍କ ସାକ୍ଷ୍ୟ ପ୍ରମାଣରେ ଗାଡ଼ି ମାଲିକ ଗୁଡ଼ଭେଲିପଦରର ଗୋପାଳ ମହାକୁଡ଼ଙ୍କ ନାମରେ ଚାଲାଣ କଟାଯାଇଛି। ଚାଲାଣରେ ଉଲ୍ଲିଖିତ ନଗଦ ଆଦାୟ ପାଇଁ ମନମୁଣ୍ଡା ଥାନାକୁ ବାଇକ ହସ୍ତାନ୍ତର କରାଯାଇଛି। ଘଟଣା ପରେ ନାବାଳକଙ୍କ ହାତରେ ବାଇକ ଛାଡ଼ୁଥିବା ଅଭିଭାବକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories