www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ କେମିତି କରିବେ ଆପଣଙ୍କ ଆଧାର ସଂଶୋଧନ ?

ନୂଆଦିଲ୍ଲୀ: ଆପଣଙ୍କ ଆଧାରକାର୍ଡରେ ରହିଛି କୈଣସି ତ୍ରୁଟି ? ଯଦି ଆପଣଙ୍କ ଆଧାରକାର୍ଡର୍ରେ ଠିକଣା, ମୋବାଇଲ ନମ୍ବର ଏବଂ ନାମ ଭୁଲ ରହିଥାଏ । ତେବେ ଆପଣ ଏହି ସବୁକୁ ଠିକ୍‍ କରିବପାରିବେ । ଉଭୟ ଅନଲାଇନ୍‍ ଓ ଅଫଲାଇନ୍‍ ମଧ୍ୟମରେ ହୋଇପାରିବ ଆପଣଙ୍କ ଆଧାର ଠିକ୍‍ । କେମିତି କରିବେ ଏହି ପ୍ରକ୍ରିୟା ଆସନ୍ତୁ ଜାଣିବା ।

ଆପଣ ଯଦି ଅନଲାଇନରେ ଆପଣଙ୍କ ଆଧାର ଠିକ୍‍ କରିବାକୁ ଚାହୁଁଛନ୍ତି । ତେବେ ଏହି ଉପାୟ ଜାଣିରଖନ୍ତୁ..
ନିଜର କମ୍ପୁଟରରେ sk.uidai.gov.in ଲଗଇନ୍‍ କରନ୍ତୁ । ପେଜ୍‍ ଖୋଲିବା ପରେ ସବିଶେଷ ତଥ୍ୟ ପୂରଣ କରନ୍ତୁ । ସବୁକିଛି ପୂରଣ କରିବା ପରେ ସେଣ୍ଡ ଓଟିପି ବଟନ ଉପରେ କ୍ଲିକ୍‍ କରନ୍ତୁ । ଏହା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ । ପରେ ଆପଣ ଓଟିପି ଦେବା ପରେ ଆଉ ଏକ ନୂତନ ପୃଷ୍ଠା ଖୋଲିବ । ସେଠାରେ ଆପଣଙ୍କ ନୂତନ ବିକଳ୍ପ ଦେଖା ଦେବ ଯେଉଁଥିରେ ଆପଣଙ୍କ ତଥ୍ୟ ଆପଣ ଠିକ୍‍ କରିପାରିବେ । ଏହା ପରେ ଅନ୍ୟ ଏକ ପୃଷ୍ଠା ଖୋଲିବ ସେଠାରେ ଆପଣଙ୍କ ମୋବାଇଲ ନମ୍ବର ଦେବା ସହ ଦେଇଥିବା ସମସ୍ତ ତଥ୍ୟ ପୂରଣ କରିବେ । ପରେ ଆପଣ ସବୁକିଛି ନିଶ୍ଚିତ କରିବା ପୂର୍ବରୁ ଆଉ ଥରେ ଯାଞ୍ଚ କରିନେବେ । ଯାଞ୍ଚ କରିବା ପରେ ଆପଣ ନିଶ୍ଚିତ ବଟନକୁ କ୍ଲିକ କରିବେ । ବର୍ତ୍ତମାନ ଦେଖିବେ ଆପଣଙ୍କ ଆଧାର ଠିକ୍‍ ହୋଇଯାଇଥିବ ।

- Advertisement -

ଅଫଲାଇନ୍‍ ପ୍ରକ୍ରିୟା ଜାଣନ୍ତୁ..
ଆପଣଙ୍କୁ ଆଧାର ଠିକ୍‍ କରିବାକୁ ହେଲେ ଆପଣଙ୍କୁ ଆଧାର କେନ୍ଦ୍ରକୁ ଯିବାକୁ ହେବ । ସେଠାରେ ନିଜର ନାମକୁ ଯାଞ୍ଚ କରନ୍ତୁ । ଆଧାର ଅପଡେଟ୍‍ ଫର୍ମ ପୂରଣ କରିବା ପରେ ମୋବାଇଲ ନମ୍ବର ଦେବେ । ନମ୍ବର ଓ ସମସ୍ତ ତଥ୍ୟ ଫର୍ମ ମାଧ୍ୟମରେ ଦାଖଲ କରିବା ପରେ ସେଠାରେ ଥିବା ଉପସ୍ଥିତ ପ୍ରତିନିିଧିି ଆପଣଙ୍କ ଆଧାର ଠିକ୍‍ କରିବାରେ ସହାୟତା କରିବେ । ଏବଂ ଏଥି ପାଇଁ ଆପଣଙ୍କୁ ୨୫ ଟଙ୍କା ଦେୟ ଦେବାକୁ ହେବ ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories