ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟି ମ୍ୟାନେଜର । ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରୁଥିବା ବେଳେ, ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ସୂଚନା ମୁତାବକ ସମ୍ବଲପୁର ଘର ଓ ଅଫିସ୍ ସମେତ ପୁରୀ ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରରେ ଥିବା ଘରେ ଏକକାଳୀନ ଚଢାଉ କରାଯାଉଛି । ହେଲେ କିଶୋରଙ୍କ କେତେ ପରିମାଣର ସମ୍ପତ୍ତି ରହିଛି ଏଯାଏ ଭିଜିଲାନ୍ସ ସ୍ପଷ୍ଟ କରିନାହିଁ ।
Popular Categories



