www.samajalive.in
Sunday, December 14, 2025
14.1 C
Bhubaneswar

ପାଟଣା ପ୍ରଚାର ମଇଦାନରେ ସଦର ବିଧାୟକ

ପାଟଣା: ପାଟଣା ବ୍ଲକ ଅଞ୍ଚଳରେ ପଞ୍ଚାୟତିରାଜ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ପାଟଣା ବ୍ଲକର ୨୩ ନମ୍ବର ଜୋନ ଅଞ୍ଚଳରେ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ହୋଇଥିବା ସଂଗୀତା ପଣ୍ଡାଙ୍କ ସପକ୍ଷରେ ପ୍ରଚାର ପାଇଁ ଆଜି କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ଉପ ସଚେତକ ମୋହନ ମାଝି ମଇଦାନରେ ଥିବା ଦେଖିବାକୁ ମିଳିଛି। ୨୩ ନମ୍ବର ଜୋନ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଡୁମୁରିଆ ପଞ୍ଚାୟତର ବଣ ମହୁଲଡ଼ିହା ଗ୍ରାମର ପଡ଼ା ଗ୍ରାମ ଦଲକି ସାହିରେ ବିଜେପି ପକ୍ଷରୁ ଏକ ପ୍ରଚାର ସେବା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ଶ୍ରୀ ମାଝୀ ଯୋଗ ଦେଇଥିଲେ। ନିଜେ ପ୍ରାର୍ଥୀନୀ ସଂଗୀତା ପଣ୍ଡା ସଭାରେ ଉପସ୍ଥିତିରେ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସବିର୍ କୁମାର ଦାଶ ସଭା ପରିଚାଳନା କରିଥିଲେ।

ଶ୍ରୀ ମାଝୀ ବିଜେପି ପ୍ରାର୍ଥୀନୀ ଜଣେ କରୋନା ଯୋଦ୍ଧା ଭାବେ ସେବା କରିବାର ଅଭିଜ୍ଞତା ରଖି ଥିବାରୁ ତାଙ୍କ ଭଳି ଜଣେ ଶିକ୍ଷିତା ପ୍ରାର୍ଥୀନୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅନ୍ୟ ପକ୍ଷରେ ମଣ୍ଡଳ ସଭାପତି ଅଭୟ ବେହେରା, ବରିଷ୍ଠ ନେତା ପ୍ରହଲ୍ଲାଦ ପଲେଇ ଓ ଡମ୍ବୁରୁଧର ମହାନ୍ତଙ୍କ ନେତୃତ୍ୱରେ ବିଜେପି ପ୍ରାର୍ଥୀନୀ ସଂଗୀତାଙ୍କ ସପକ୍ଷରେ ବ୍ଲକ ମୁଖ୍ୟାଳୟ ଅଞ୍ଚଳରେ ପ୍ରଚାର ଅଭିଯାନ ଦେଖିବାକୁ ମିଳିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories