ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀର ୧୮ନଂ ଜୋନର କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ଶରତ ଚନ୍ଦ୍ର ନାଏକଙ୍କ ପାଇଁ କଂଗ୍ରେସ ଦଳ ତରଫରୁ ବଡପଶି ଗ୍ରାମ ଶାଳରୁ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରାଯାଇଛି। ଅସନପାଟ, ଭୂବନପଶି, ବାରିଆ, ଉଖୁଣ୍ଡା, ରସବନ୍ତଳା, ସରାସିଗାଂ ଗ୍ରାମକୁ ଯାଇ ଘର ଘର ବୁଲି ପ୍ରଚାର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ରାଜ୍ୟ ଉପସଭାପତି ଇଂ ବିନୋଦ ବିହାରୀ ନାଏକ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିଥିଲେ। ପାଟଣା ମାଟିର ସ୍ୱାଭିମାନ ଓ ବିକାଶ ପାଇଁ ଏଥର କଂଗ୍ରେସର ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ। ସାଥିରେ ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ନିରଜ୍ଞନ ନାଏକ, କଂଗ୍ରେସ ନେତା ନିଶାକର ନାଏକ, ଗାନ୍ଧୀ ନାଏକ, ବିପିନ ନୀଏକ, ଅଶିନି କୁମାର ନାଏକ, କୃଷ୍ନ ଚନ୍ଦ୍ର ନାଏକ, ଜୟପାଲ ଚାତର, ବିଶନାଥ ନାଏକ, ଉଜ୍ଜଳ ଚନ୍ଦ୍ର କାନ୍ତ ନୀଏକ ଆଦି ସାମିଲ ଥିଲେ।
Popular Categories



