www.samajalive.in
Sunday, December 14, 2025
16.1 C
Bhubaneswar

ଭାରତୀୟ ଜନତା ପାର୍ଟି ଦ୍ୱାରା ମମିତା ମେହେରଙ୍କ ପାଇଁ ସ୍ମୃତି ସଭା

ପାଟଣା: ମମିତା ମେହେର ହତ୍ୟାକାଣ୍ଡକୁ ୧୨୦ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରି ନାହିଁ। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆଜି ନବୀନ ନିବାସ ଘେରାଉ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଘଟଗାଁ ଠାରେ ମମିତା ମେହେରଙ୍କ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍ମୃତି ସଭାରେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଲଷ୍ମୀ ସାହୁ ଯୋଗ ଦେଇ ସ୍ବର୍ଗତ ମମିତା ମେହେରଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ।

ଏହି ସ୍ମୃତି ସଭାରେ ଅନ୍ୟତମ ଅତିଥି ଭାବେ ରେ କେନ୍ଦୁଝର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ଯୋଗ ଦେଇ ସରକାର କେମିତି ଚଞ୍ଚକତା କରି ଦୋଷୀକୁ ମୁକୁଳେଇବା ପାଇଁ ଚେଷ୍ଟା କରୁଛନ୍ତି ବୁଝେଇଥିଲେ। ଏହି ଅବସରରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ରୁଦ୍ର ବେହେରାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବାଲଟରେ ଜବାବ ଦେବାକୁ ଲୋକଙ୍କୁ ଅପିଲ କରିଥିଲେ। ବିଜେପି ନେତା ଅମର ସିଂ ସଭା ପରିଚାଳନା କରିଥିବା ବେଳେ ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ରୁଦ୍ର ପ୍ରସାଦ ବେହେରା ଏକ ପ୍ରଚାର ଶୋଭାଯାତ୍ରାରେ ବାହାରି ଘରକୁ ଘରକୁ ବୁଲି ପ୍ରଚାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସାଧାରଣ ସମ୍ପାଦକ ଶରତ ବେଜ, ଉତ୍ତମ ପ୍ରଧାନ, ଜିଲ୍ଲା ସଂଯୋଜକ ସୁମନ୍ତ ସାହୁ, ପ୍ରୀତମ ମହାପାତ୍ର, ରବି ମୁଣ୍ଡା, ପ୍ରଫୁଲ ନାଏକ, ଧନସିଂ ମୁଣ୍ଡା, ଲକ୍ଷ୍ମଣ ସରଡିଆ, ଯୁଧିଷ୍ଠିର ଦାସ, ରମେଶ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories