www.samajalive.in
Monday, December 15, 2025
16.1 C
Bhubaneswar

୩ଟି ଗ୍ରାମର ଅଧିବାସୀଙ୍କ ଜୀବନଧାରଣ ସ୍ଥିତି ପରଖିଲେ ଛାତ୍ରଛାତ୍ରୀ

ଭଦ୍ଦେଶ୍ୱରମ୍‍/ ବିଜୟୱାଡା: ସ୍ନାତକ ଓ ଉଚ୍ଚଶିକ୍ଷା ନିମନ୍ତେ ଦେଶର ଅନ୍ୟତମ ଅଗ୍ରଣୀ ୟୁନିଭରସିଟି କେଏଲ୍‍ ଡିମ୍‍ଡି-ଟୁ-ବି ୟୁନିଭରସିଟି ଏପି ଲିଗାଲ ସର୍ଭିସେସ୍‍ ଅଥରିଟି ସହିତ ମିଶି ଗୁଣ୍ଟୁରରେ ଏକ ବୃହତ ପାଇଲଟ ପ୍ରକଳ୍ପ ହାତକୁ ନେଇଛି। ଏଥିରେ ୟୁନିଭରସିଟି ପକ୍ଷରୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଥିବା ୩ଟି ଗ୍ରାମର ୮୦୦ ଅଧିବାସୀଙ୍କୁ ନେଇ ବ୍ୟାପକ ସର୍ଭେ କରାଯାଇଥିଲା, ଯାହା ଆନ୍ଧ୍ରପ୍ରଦେଶର ଭଦ୍ଦେଶ୍ୱରମ୍‍ସ୍ଥିତ କେଏଲ୍‍ କଲେଜ ଅଫ ଲ’ର ବିବିଏ ଏଲଏଲ୍‍ବି ଏବଂ ଏଲଏଲ୍‍ବି ପାଠ୍ୟକ୍ରମର ୧୦୦ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂପାଦିତ ହୋଇଛି।

ମାଗଣା ଆଇନଗତ ସହାୟତା, ବିବାଦ ସମାଧାନ, ଆପୋଷ ବୁଝାମଣା ପ୍ରକ୍ରିୟା ଏବଂ ସଚେତନତା ସେବା ଜରିଆରେ ବିବାଦମୁକ୍ତ ରଖିବା ବିଷୟ ସୁନିଶ୍ଚିତ କରିବା ଏହି ସର୍ଭେର ଲକ୍ଷ୍ୟ ଥିଲା। ଗ୍ରାମାଞ୍ଚଳଗୁଡିକର ସାଂପ୍ରତିକ ସ୍ଥିତି ଉପରେ ବାସ୍ତବ ତଥ୍ୟ ପ୍ରଦାନ ଏବଂ ସଫଳ ପ୍ରଶାସନିକ ବ୍ୟବସ୍ଥାକୁ ସୁଗମ କରାଇ ଗ୍ରାମବାସୀଙ୍କ ପାଇଁ ଫାଇଦା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସର୍ଭେର ଫଳାଫଳକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ଏଭଳି ଅଧ୍ୟୟନ ହାତକୁ ନିଆଯାଇଥିଲା। ଆଇନ କେବଳ ଏକ ବିବାଦ ସମାଧାନ ସାଧନ ନୁହେଁ, ଏହାକୁ ତୃଣମୂଳ ସ୍ତରରେ ବିବାଦ ଏଡାଇବା ଦିଗରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହିଭଳି ସର୍ଭେ ମୋଟାମୋଟି ଭାବରେ ଭାରତୀୟ ନାଗରିକ ସମାଜ ଏବଂ ନିର୍ଦ୍ଦିଷ୍ଟ ଭାବରେ ଗ୍ରାମାଞ୍ଚଳ ଜନସାଧାରଣଙ୍କ ଜ୍ଞାନକୁ ସମୃଦ୍ଧ କରିବା ଆଶା କରାଯାଉଛି। ଏହିଭଳି ସର୍ଭେର କେତେକ ନିଷ୍କର୍ସ ଗ୍ରାମାଞ୍ଚଳ ସମାଜର ଅଭିବୃଦ୍ଧି ପାଇଁ ବିପୁଳ ଭାବରେ ଉତ୍ସାହ ପ୍ରଦାନ କରିବା ମଧ୍ୟ ଆଶା କରାଯାଉଛି। ଏଥିସହିତ ଏହା ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରଚଳିତ ବ୍ୟବସ୍ଥା, ସ୍ଥିତିର ପ୍ରସ୍ତୁତି, ପୁନଃପ୍ରସ୍ତୁତି ଓ ସଂଶୋଧନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରେ ବୋଲି କୁହାଯାଇଛି।

- Advertisement -

ଘରକୁ ଘର ଯାଇ ସର୍ଭେ ଜରିଆରେ ଏହି ପ୍ରୟାସ ଆରମ୍ଭ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆବଶ୍ୟକ ଯୁକ୍ତିଯୁକ୍ତ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଏବଂ ସେଗୁଡିକର ବର୍ଗୀକରଣ କରାଯାଇଥିଲା। ୨ ଦିନ ବ୍ୟାପୀ ସର୍ଭେରେ ନାଗରିକମାନେ ସମ୍ମୁଖୀନ ହେଉଥିବା ୨୩୦ଟି ଚିନ୍ତା ଉଦ୍ରେକକାରୀ ସମସ୍ୟାକୁ ସଫଳତାର ସହିତ ଚିହ୍ନଟ କରାଯାଇଥିଲା। ସମସ୍ୟାଗୁଡିକୁ ପାଞ୍ଚଟି ବିଭାଗରେ ବିଭକ୍ତ କରାଯାଇଥିଲା, ଯଥା- ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପାରିବାରିକ, ଆର୍ଥିକ ଏବଂ ଆଇନଗତ ପ୍ରସଙ୍ଗ। ଏଥିରେ ଅନ୍ୟାନ୍ୟ ବିଷୟ ମଧ୍ୟରେ କୃଷକଙ୍କ ସମସ୍ୟା, ଉଚିତ ସମୟରେ ପେନସନ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ବୟୋଜ୍ୟେଷ୍ଠ ନାଗରିକ, ଦୀର୍ଘଦିନରୁ ଅପେକ୍ଷାରତ ବିବାହ ବିଚ୍ଛେଦ ଏବଂ ମୃତ୍ୟୁ ପ୍ରମାଣପତ୍ର, ପରିମଳ ଆଦି ସମସ୍ୟାଗୁଡିକୁ ଶ୍ରେଣୀବିଭାଗ କରାଯାଇଥିଲା। ଗବେଷଣା ପରବର୍ତ୍ତୀ ଅନୁଧ୍ୟାନ ସମୟରେ କେଏଲ୍‍ ଡିମ୍‍ଡ-ଟୁ-ବି ୟୁନିଭରସିଟିର ୪ ଜଣ ମାର୍ଗଦର୍ଶକଙ୍କ ସହଯୋଗପ୍ରାପ୍ତ ଛାତ୍ରଛାତ୍ରୀମାନେ ୩ଟି ଗ୍ରାମର ସଂପାଦକମାନଙ୍କ ଠାରୁ ସାଧାରଣ ସମସ୍ୟାଗୁଡିକ ତୁରନ୍ତ ସମାଧାନ ଦିଗରେ ଲିଖିତ ପ୍ରତିଶ୍ରୁତି ପ୍ରାପ୍ତ କରିଥିଲେ।

କେଏଲ୍‍ ଡିମ୍‍ଡ-ଟୁ-ବି ୟୁନିଭରସିଟିର କୁଳପତି ଡଃ ଜି. ପାର୍ଧ ସାରଧୀ ବର୍ମା କହିଛନ୍ତି, “ଗ୍ରାମଗୁଡିକରେ ଏକ ଯାଜୁଲ୍ୟମାନ ଗୋଷ୍ଠୀର ବିକାଶ ଦିଗରେ ୟୁନିଭରସିଟିର ମୂଳ ମୂଲ୍ୟବୋଧକୁ ଆମ ଛାତ୍ରଛାତ୍ରୀମାନେ ବହନ କରୁଥିବା ଦେଖି ମୁଁ ଖୁସି ଅନୁଭବ କରୁଛି। ଏହି ପ୍ରକଳ୍ପ ଜରିଆରେ ଆମ ଆଇନ ଛାତ୍ରଛାତ୍ରୀମାନେ ତୃଣମୂଳ ସ୍ତରରେ ସମସ୍ୟାଗୁଡିକର ସମାଧାନ ଜରିଆରେ ସାମାଜିକ ଉଦ୍ୟୋଗୀ ଭାବରେ ନିଜକୁ ବିକଶିତ କରୁଥିବା ଦେଖି ଆମେ ଆନନ୍ଦିତ। ମୁଁ ନିଶ୍ଚିତ ଯେ, ଗ୍ରାମବାସୀଙ୍କୁ ସେମାନଙ୍କର ଆଇନଗତ ଅଧିକାର ସମ୍ପର୍କରେ ପ୍ରଶିକ୍ଷିତ କରିବା ଲାଗି ଆମ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଆଇନ ଶିବିରଗୁଡିକ ଜରିଆରେ ଏକ ପରିବର୍ତ୍ତନ ଅଣାଯାଇପାରିଛି। ସେମାନେ ଯେତେବେଳେ ପ୍ରତ୍ୟକ୍ଷ ଭାବରେ ଜାଣିଯିବେ ଯେ ସେମାନଙ୍କ ଶିକ୍ଷାର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି, ସେତେବେଳେ ସେମାନଙ୍କର ଯୋଗ୍ୟତା ସେମାନଙ୍କ ପାଇଁ ‘ଡାକରା’ରେ ପରିଣତ ହୋଇଯିବ।”

କୁଞ୍ଚନାପଲ୍ଲିର ଜଣେ ବାସିନ୍ଦା ଶ୍ରୀମତୀ ରତ୍ନା କହିଥିଲେ ଯେ, “ଦୀର୍ଘବର୍ଷ ହେଲା ମୁଁ ମୋ ସ୍ୱାମୀଙ୍କ ଠାରୁ ଅଲଗା ହୋଇସାରିଛି ଏବଂ ଏବେ ସୁଦ୍ଧା ମୋତେ ଆନୁଷ୍ଠାନିକ ଛାଡପତ୍ର ମିଳିନାହିଁ। ମୋତେ ବାରମ୍ବାର କୁହାଯାଉଛି ଯେ ବିବାହ ବିଚ୍ଛେଦ ଏକ ଜଟିଳ ପ୍ରକ୍ରିୟା ଏବଂ ସେଥିପାଇଁ ମୋତେ ଅପେକ୍ଷା କରିବାକୁ ପହିବ। ଛାତ୍ରଛାତ୍ରୀଙ୍କ ସହିତ କଥା ହେବାପରେ ମୁଁ ମୋର ପ୍ରକୃତ ଅଧିକାର ସମ୍ପର୍କରେ ଅବଗତ ହେଲି ଏବଂ ଏହିସବୁ ବର୍ଷଗୁଡିକରେ କିଭଳି ମୋତେ ଅଟକାଇ ରଖାଯାଇଛି ତାହା ଜାଣିପାରିଲି। ପରିଶେଷରେ ଆମ କଥା ଶୁଣିବା ନିମନ୍ତେ ଏକ ମଞ୍ଚ ଯୋଗାଇଦେବା ନେଇ ବାସ୍ତବରେ ମୁଁ ଏହି କିଶୋର କିଶୋରୀମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି।”

ସର୍ଭେ କାର୍ଯ୍ୟରେ ଓତଃପ୍ରୋତଃ ଭାବରେ ଜଡିତ ରହିଥିବା ଛାତ୍ରଛାତ୍ରୀ ଏହି ୩ଟି ଗ୍ରାମରେ ଘଟୁଥିବା ଅଗ୍ରଗତି ସ୍ଥିତି ଉପରେ ତୀକ୍ଷ୍‍ଣ ନଜର ରଖିଛନ୍ତି। କେଏଲ୍‍ କଲେଜ ଅଫ ଲ’ ଏହାର ଛାତ୍ରଛାତ୍ରୀଙ୍କ ଦ୍ୱାରା ଲୋକପ୍ରିୟ କାର୍ଯ୍ୟକଳାପ ପାଇଁ ନିକଟରେ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି। ନିକଟରେ ଜଣେ ଆଇନ ଛାତ୍ରଙ୍କ ଦ୍ୱାରା ସାଇବର ଆଲର୍ଟ ନାମରେ ଏକ ଆପ୍‍ର ବିକାଶ, ସଫଳତାର ଏକ ମାଇଲଖୁଣ୍ଟ ହୋଇଛି, ଯାହା ଜଣେ ନିର୍ଦ୍ଦିଷ୍ଟ ବ୍ୟବହାରକାରୀଙ୍କୁ ସେ ସାଇବର ଠକେଇରେ ହରାଇଥିବା ପ୍ରାୟ ୨ ଲକ୍ଷ ଟଙ୍କା ଫେରିପାଇବାରେ ସହାୟକ ହୋଇଛି। ଏହା ଆପ୍‍ ପ୍ରଚଳନର ପ୍ରଥମ ସପ୍ତାହରେ ହିଁ ହାସଲ କରାଯାଇପାରିଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories