www.samajalive.in
Sunday, December 14, 2025
26.1 C
Bhubaneswar

ମୃତଦେହ ସତ୍କାରକୁ ନେଇ ଉତ୍ତେଜନା, ତହସିଲଦାର ଆସି କଲେ ସମାଧାନ

ମୋହନା: ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ରହିଥିବା ସନ୍ଧିନାଳ ପାର୍ଶ୍ବ ଜଙ୍ଗଲ କିସମ ଜାଗା ପ୍ଳଟ ନଂ ୬୦୬ ରେ କିଛି ଲୋକ ଘର କରି ରହୁଛନ୍ତି। ଏହା ନିକଟରେ ଅଡବା ନୂଆଁ ଖ୍ରୀଷ୍ଟିଆନ ସାହିର ଲୋକେ ୩ ବର୍ଷ ହେଲା ମୃତଦେହ ସତ୍କାର କରି ଆସୁଛନ୍ତି। ମଙ୍ଗଳବାର ଦିନ ଏକ ମୃତ ବ୍ୟକ୍ତିଙ୍କ ସମାଧି କରିବାପାଇଁ ଉକ୍ତ ସ୍ଥାନକୁ କିଛି ଖ୍ରୀଷ୍ଟଧର୍ମାବଲମ୍ବୀ ଆସିବାରୁ ଅଡବା ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ସମସ୍ୟାର ସମାଧାନ କରିଥିଲେ।

 

- Advertisement -

ଜାତୀୟ ରାଜପଥଠାରୁ ୭୦ ମିଟର ଦୂରତା ମଧ୍ୟରେ ଉକ୍ତ ସ୍ଥାନରେ ଗୃହ ନିର୍ମାଣ ଓ ସମାଧି ନକରିବା ପାଇଁ ପରାମର୍ଶ ଦେଇଥିଲେ। ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ଆଇନ ଅନୁଯାୟୀ ଖିଲାପକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଦେଇଥିଲେ। ଏହାପରେ ମୃତଦେହ ସତ୍କାର କରାଯାଇଥିଲା ଏବଂ ସମାଧି ଦିଆଯାଇଥିବା ଜଣାପଡ଼ିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories