www.samajalive.in
Sunday, December 14, 2025
23.1 C
Bhubaneswar

ସମିତି ସଭ୍ୟଙ୍କ ବ୍ୟାନର ସହ ଘର ପୋଡି, ଥାନା ରେ ଏତଲା

ରେଙ୍ଗାଲି: ରେଙ୍ଗାଲି ବ୍ଳକ ରେଙ୍ଗଲୋଇ ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅଶ୍ବିନୀ ପଟେଲଙ୍କ ବ୍ୟାନରରେ ପେଟ୍ରୋଲ ଢାଳିଦେଇ ପୋଡି ଦିଆଯାଇଛି। ଏହାସହିତ ଏହି ବ୍ୟାନର୍ ଲାଗିଥିବା ଚାଳରେ ତିଆରି କୁକୁଡା ଘର ପୋଡି ଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ କତରବଗା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ଥାନା ଆଇଆଇସି ପ୍ରତାପ କୁମାର ରଣା, ଲଇଡା ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ରେଙ୍ଗଲୋଇ ପଞ୍ଚାୟତର ମରାପତ୍ରା ଗ୍ରାମର ଭିକମୁଣ୍ଡାଙ୍କ କୁକୁଡା ଦୋକାନରେ ସମିତି ସଭ୍ୟ ପ୍ରାର୍ଥୀ ଅଶ୍ବିନୀ ପଟେଲଙ୍କ ବ୍ୟାନର୍ ଲଗାଯାଇଥିଲା। ସୋମବାର ରାତିରେ ଗଣ୍ଡାକୋନା ଗ୍ରାମର ସୁଶାନ୍ତ ରହନା ସହିତ ଆଉ ଦୁଇ ଜଣ ଯୁବକ ଭିକ ମୁଣ୍ଡା ଘରକୁ ଆସି ତାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଅଶ୍ବିନୀ ପଟେଲକୁ ଭୋଟ ଦେଲେ ଜୀବନ ରେ ମାରିଦେବୁ ବୋଲି ଧମକ ଦେଇ ବ୍ୟାନରରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ।
ଫଳରେ ବ୍ୟାନର ଓ ଭିକ ମୁଣ୍ଡାର ଚାଳରେ ତିଆରି କୁକୁଡା ଘର ପୋଡି ଯାଇଛି ବୋଲି ଥାନାରେ ଭିକ ମୁଣ୍ଡା ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ କତରବଗା ଥାନାରେ ଦଫା ୪୩୬,୨୯୪,୫୦୬,୧୭୧(ସି)/୩୪ଆଇପିସିରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି କତରବଗା ଆଇଆଇସି ପ୍ରତାପ କୁମାର ରଣା କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories