www.samajalive.in
Sunday, December 14, 2025
16.1 C
Bhubaneswar

ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ: ସତ୍ୟପ୍ରକାଶ ୫ମ, ଆୟୁଶ ୩ୟ ବ୍ଲକ୍‍ ଟପ୍ପର

ଆଠଗଡ: ଆଠଗଡ ବ୍ଲକସ୍ତରୀୟ ୫ମ ଓ ୩ୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ମଙ୍ଗଳବାର ବ୍ଲକଶିକ୍ଷାଧିକାରୀଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ଗତ ଡିସେମ୍ବର ୮ତାରିଖରେ ୫ମ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ଜଣ ମେଧା ଛାତ୍ରବୃତ୍ତି ଓ ଅନ୍ୟ ୭ଜଣ ଗରିବ ମେଧା ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମେଧା ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ୭ଜଣଙ୍କ ମଧ୍ୟରେ ରାସରସିକପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଷ୍ଟିବାଧିତ ଛାତ୍ର ସତ୍ୟପ୍ରକାଶ ମହାପାତ୍ର ସର୍ବୋଚ୍ଚ ନମ୍ବର ୮୮ ରଖି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ୭ଜଣଙ୍କ ମଧ୍ୟରେ ୨ୟ ସ୍ଥାନରେ ଗୋପୀନାଥପୁରର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ସୌମ୍ୟ ସ୍ୱସ୍ତିକ ପଞ୍ଚୁଆତି(୮୧ନମ୍ବର), ସେମାନଙ୍କ ପଛକୁ ରହିଛନ୍ତି ଭାଗୀରଥିପୁର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ଏସ କୁନାଲ ନାଏକ(୭୯), ସେହି ବିଦ୍ୟାଳୟର ସୁଚିସ୍ମିତା ସାହୁ(୭୮), ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭକ୍ତି ବୈଷ୍ଣବୀ ଦାସ(୭୨), କଣ୍ଡରେଇ ସରସ୍ୱତୀ ଶିଶୁ ମନ୍ଦିରର ହରପ୍ରସାଦ ବେହେରା(୭୨) ଓ ୭ମ ସ୍ଥାନରେ ଭାଗୀରଥିପୁର ସରସ୍ୱତୀ ଶିଶୁମନ୍ଦିରର ସୁଚିସ୍ମିତା ଖଟୁଆ (୭୧)ରହିଛନ୍ତି। ସେହିପରି ଗରିବ ମେଧାବୃତ୍ତି ପାଇବା ପାଇଁ ଅନ୍ୟ ୭ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଗତ ଡିସେମ୍ବର ୧୦ତାରିଖରେ ଅନୁଷ୍ଠିତ ହୋଇଥିବା ୩ୟ ଶ୍ରେଣୀ ମେଧାବୃତ୍ତି ବ୍ଲକର ବିଭିନ୍ନ ସ୍କୁଲର ୧୪୭ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ।

 

- Advertisement -

ସେମାନଙ୍କ ମଧ୍ୟରୁ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୭ଜଣଙ୍କ ମଧ୍ୟରେ ଖୁଣ୍ଟୁଣୀସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଆୟୁଶ ଗଡନାୟକ ୯୩ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ କ୍ରମାନ୍ୱୟରେ ଆଠଗଡ ଗାନ୍ଧୀମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସାଇପ୍ରିୟା ସାହୁ(୯୨), ବେଣ୍ଟପଦା ସରସ୍ୱତୀ ଶିଶୁମନ୍ଦିରର ରୁଦ୍ରପ୍ରସାଦ ସାହୁ(୯୦), ଗୁଡୁପଡା ପ୍ରାଥମିକ ବିଦ୍ୟାଳୟର ରଶ୍ମିରଞ୍ଜନ ଘଟୁଆଳ(୮୭), ଗାନ୍ଧୀମାର୍ଗ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଶ୍ୱଜିତ୍‍ ନାୟକ(୮୬), ସେହି ସ୍କୁଲର ପ୍ରତ୍ୟୁଷ ପ୍ରତୀକ ନାୟକ(୮୪) ଏବଂ ସପ୍ତମ ସ୍ଥାନରେ ଭାଗୀରଥିପୁର ସରସ୍ୱତୀ ଶିଶୁମନ୍ଦିରର ବିଜୟଲକ୍ଷ୍ମୀ ସାହୁ (୮୩) ରହିଛନ୍ତି। ଏହି ୩ୟ ମେଧାବୃତ୍ତି ପରୀକ୍ଷାରେ ଅନ୍ୟ ୭ଜଣ ଗରିବ ମେଧା ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବ୍ଲକଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଏହି ପରୀକ୍ଷା ଫଳ ପ୍ରକାଶ କରିଥିବାବେଳେ ସରକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ ଓ ନିତ୍ୟାନନ୍ଦ ବେହେରା ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories