www.samajalive.in
Sunday, December 14, 2025
18.1 C
Bhubaneswar

ଚନ୍ଦ୍ରଶେଖର ଦେବଙ୍କ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ, କଳସ ଶୋଭାଯାତ୍ରା

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଳକ ଅଧୀନ ବେଣାଗାଡ଼ିଆ ପଞ୍ଚାୟତ ତେନ୍ତୁଳିଆପଲ୍ଲୀ ଗ୍ରାମରେ ନବ ନିର୍ମିତ ପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମାଘମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆରମ୍ଭ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ଦଶମୀ ତିଥିରେ ସମାପନ ହେବ। ଏହି ଉପଲକ୍ଷେ ମଙ୍ଗଳବାର ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ନବ ବସ୍ତ୍ର ପରିଧାନ କରି ପଥରଦ୍ବାର ନିକଟସ୍ଥ ତ୍ରିବେଣୀଘାଟରୁ ଜଳକଳସ ଧାରଣକରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ଏବଂ ନୂତନ ମନ୍ଦିର ପରିସର ସ୍ଥିତ ଯଜ୍ଞବେଦୀରେ ସ୍ଥାପନ କରିଥିଲେ।

 

- Advertisement -

ଏ ଅବସରରେ ଅଧିବାସ, ଅଙ୍କୁରା ରୋପଣ ଓ ସୂର୍ଯ୍ୟପୂଜା ଆଦି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ଯଜ୍ଞମଣ୍ଡପ ନିକଟରେ ନାମସଂକୀର୍ତ୍ତନ ହୋଇଥିଲା। ମୁଖ୍ୟ ପୁରୋଧା ଭାବେ ବ୍ରାହ୍ମଣମାନେ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ଦଶମୀ ତିଥିରେ ପୂର୍ଣ୍ଣାହୁତି କରାଯାଇ ନୂତନ ମନ୍ଦିରରେ ବିଗ୍ରହ ସ୍ଥାପନ ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମସ୍ତ ଦେବନୀତି ଅନୁଯାୟୀ ହେଉଛି। ପୁରୋହିତ ପଣ୍ଡିତ ଶ୍ରୀ ବିଜୟ କୁମାର ଦାସ ଏବଂ ମୁଖ୍ୟକର୍ତ୍ତା ଭଗବାନ ସ୍ବାଇଁ ଓ ତାଙ୍କ ପତ୍ନୀ ସୁଷମା ସ୍ବାଇଁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories