www.samajalive.in
Saturday, December 13, 2025
18.1 C
Bhubaneswar

ମମିତା ମେହେରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କଲା ଯୁବକଂଗ୍ରସ

ଭବାନୀପାଟଣା :ମମିତା ମେହେରକୁ ନ୍ୟାୟ ଦେବା ସହିତ ଏହି ଅମାନୁଷିକ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟମନ୍ତୀ ଦିବ୍ୟଶଙ୍କର ମିଶ୍ରକୁ ମନ୍ତ୍ରୀ ପଦରୁ ବହିସ୍କାର ଦାବି କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ବଦଳରେ କଳାକାରାନାମିକୁ ୫ ଟି ସଚିବଙ୍କ ପ୍ରଲୋଚନାରେ ଘଣ୍ଟ ଘୌଡାଇବା ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦରେ କଳାହାଣ୍ଡି ଯୁବକଂଗ୍ରସ ତରଫରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅଧିନର ପାଷ୍ଟିକୁଡି ଓ କାଣ୍ଡେଲ ଛକ ଏବଂ ଭବାନୀପାଟଣା ଗାନ୍ଧୀଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହିତ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗୃହରାଷ୍ଟ ମନ୍ତ୍ରୀ ଓ ୫ ଟି ସଚିବଙ୍କର କୁଶୋପୁତ୍ତଳିକା ଦାହ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଳକ ଜିଲ୍ଲା ପରିଷଦ ଜୋନ – ୨ କଂଗ୍ରେସ ପ୍ରାର୍ଥୀ ଜୋସ୍ନାରାଣୀ ବଗର୍ତ୍ତୀ ,ଜୋନ- ୩ ପ୍ରାର୍ଥୀ ରତ୍ନବାଳା ମାଝୀ, ବ୍ଳକ ସଭାପତି ରଜନୀ ଭୋଈ, ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ତ୍ରୀଲୋଚନ ପାଣିଗ୍ରାହୀ, ରାଜ୍ୟ ଯୁବ କଂଗ୍ରେସ ସଂପାଦକ ମହମ୍ମଦ ସାହେବ, ସୁରେଶ ରାଓ, ସୂର୍ଯ୍ୟ ଦାସ, ପ୍ରଦୀପ ସାହୁ, ଦିଲ୍ଲୀପ ସାହୁ, କଂଗ୍ରେସ ଟାଉନ ସଭାପତି ସିର୍ଦ୍ଧାଥ ନାୟକ, ନଗର କାର୍ୟ୍ୟକାରୀ ସଭାପତି ସରୋଜ ବାଗ, ମନ୍ଦାକିନୀ ବାଣୁଆ, ତ୍ରୀଲୋଚନ ପାଣିଗ୍ରାହୀ, ମହମ୍ମଦ୍ ସାହେବ, ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀଙ୍କ ପ୍ରମୁଖ ଯୋଗଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories