ବୌଦ୍ଧ : ବୌଦ୍ଧ ସହରର ସ୍ଥିତ ବୁଟୁପାଲି ଏଡିବି ବ୍ୟାଙ୍କର ଏଟିଏମରୁ ଲୁଟ ଉଦ୍ୟମ ପଣ୍ଡ ହୋଇଥିବା ସହ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ଗତ ୬ ତାରିଖ ଦିନ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ବୁଟୁପାଲି ସ୍ଥିତ ଏଡିବି ବ୍ୟାଙ୍କ ଏଟିଏମ ଭିତରେ ଥିବା ଟଙ୍କା ଡିପୋଜିଟ ମେସିନକୁ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁବୃର୍ତ୍ତମାନେ ମେସିନ ଭାଙ୍ଗିନପାରିବାରୁ କିଛି ନେଇନଥିବା ଜଣାପଡିଛି। ଏନେଇ ଶାଖା ପରିଚାଳକ ଲକ୍ଷ୍ମୀଧର ପ୍ରଧାନ ୧୧୨ ହେଲପ ଲାଇନକୁ ଫୋନ କରିଥିଲେ ଏବଂ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଜଣାଇଥିଲେ। ଏନେଇ ବୌଦ୍ଧ ପୁଲିସ ପକ୍ଷରୁ ଥାନା କେସ ନଂ ୫୨/୨୨ ରେ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି।
ପୁଲିସ ପକ୍ଷରୁ ସସିଟିଭି ଫୁଟେଜ ଯାଞ୍ଚ କରାଯିବା ସହିତ ଚୋରମାନଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଇଛି। ସହରରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଚୋରମାନେ ଅନାୟାସରେ ଖସିଯିବା ଯୋଗୁଁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ ପେଟ୍ରୋଲିଂକୁ କଡାକଡି କରାଯିବା ସହିତ ମହାନଦୀ ବ୍ରିଜ ଛକ ଓ ବୁଟୁପାଲି ବାଇପାଶ ରାସ୍ତାରେ ପୋଲିସ ଚେକିଂ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହେଉଅଛି।



