www.samajalive.in
Friday, December 12, 2025
23.1 C
Bhubaneswar

ସରକାରୀ ଧାନ ଗୋଦାମରେ ନିଆଁ ଲଗାଇଦେଲେ ଚାଷୀ- ଗିରଫ କଲା ପୋଲିସ

ପାଟଣା (ନିପ୍ର) ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ସ୍ଥିତ ସରକାରୀ ଧାନ ଗୋଦାମରେ ନିଆଁ ଲଗାଇବା ଅଭିଯୋଗରେ ଖିରେଇଟାଙ୍ଗିରୀ ବୁବୁନ ମହାନ୍ତ ନାମକ ଜଣେ ଯୁବକକୁ ତୁରୁମୁଙ୍ଗା ପୁଲିସ ଥା ଅଟକ ରଖିଛି ।
ଖିରେଇଟାଙ୍ଗିରୀ ଗ୍ରାମରୁ ୪ ଜଣ ମହିଳା ଓ ୬ ରୁ ୭ ଜଣ ପୁରୁଷ ଚାଷୀ ଆଜି ମଧ୍ୟାହ୍ନ ରେ ଧାନ ବିକ୍ରି କ୍ଷେତ୍ରର ଅଚଳାବସ୍ଥା ଅଭିଯୋଗ ଆଣି ପ୍ରଥମେ ଚେମଣା ଲ୍ୟାମ୍ପସ ରେ ପାଟି ତୁଣ୍ଡ କରିଥିଲେ । ପରେ ଯମୁନା ପଶି ଧାନ ମଣ୍ଡି କୁ ଆସିଥିଲେ । ଏମାନଙ୍କ ମଧ୍ୟରୁ କିଛି ଲୋକ ଲ୍ୟାମ୍ପସ କର୍ମଚାରୀ ଙ୍କ ସହ ପାଟିତୁଣ୍ଡ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣ ପାଖ ଗୋଦାମ ରେ ପଶି ଗଚ୍ଛିତ ଧାନ ବସ୍ତା ରେ କିରୋସିନି ଢାଳି ନିଆଁ ଲଗାଇ ପଳାଇ ଯାଉଥିବା ବେଳେ ଲ୍ୟାମ୍ପସ କର୍ମଚାରୀ ମାନେ ସଟର ଟାଣି ଦେବାରୁ ଗୋଦାମ ଭିତରେ ବୁବୁନ ମହାନ୍ତ ନାମକ ଜଣେ ଯୁବକ ରହିଯାଇଥିଲା ।

କର୍ମଚାରୀମାନେ ଧାନ ବସ୍ତା ରେ ଲାଗିଥିବା ନିଆଁ କୁ ଲିଭାଇବା ପରେ ଘଟଣା ସମ୍ପର୍କରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ସିଂହ ତୁରୁମୁଙ୍ଗା ଥାନାକୁ ଜଣାଇଥିଲେ । ଖବର ପାଇ ତୁରୁମୁଙ୍ଗା ଥାନା ସବ୍ ଇନ୍ସପେକ୍ଟର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବୁବୁନ ମହାନ୍ତଙ୍କୁ ଥାନା କୁ ନେଇ ଅଟକ ରଖିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories